ଡିଏନ୍‌ଏ ଟେଷ୍ଟ ପରେ ଖୋଲିଲା ରାଜ୍‌: ନିଜ ସ୍ୱାମୀଙ୍କର ନୁହେଁ ବରଂ ପଡ଼ୋଶୀ ଯୁବକଙ୍କ ପିଲାର ମା’ ବନିଲେ ମହିଳା, ସବୁ ଜଣା ପଡ଼ିବା ପରେ ଏହା ପଛର ପ୍ରକୃତ କାରଣ କହିଲେ ମହିଳା

ହୋସିୟାରପୁର: ପଞ୍ଜାବର ହୋସିୟାରପୁରରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘରକୁ ନୂଆ ଅତିଥି ଆସିବା ଖୁସିରେ ପରିବାର ଲୋକେ ଖୁସି ହେଉଥିବା ବେଳେ କିଛି ସମୟ ପରେ ସମସ୍ତଙ୍କ ଖୁସି ମାଟିରେ ମିଶି ଯାଇଥିଲା । ସ୍ତ୍ରୀ ଶିଶୁକନ୍ୟାକୁ ଜନ୍ମ ଦେବା ପରେ ସ୍ୱାମୀ ନିଜ ଶିଶୁକୁ ଆପଣାଇବା ପାଇଁ ମନା କରି ଦେଇଥିଲେ । ଯାହା ପରେ ସତ ଜାଣିବା ପାଇଁ ଡିଏନ୍‌ଏ ଟେଷ୍ଟ କରାଯାଇଥିଲା । ଟେଷ୍ଟ ପରେ ଶିଶୁଟି ପଡ଼ୋଶୀ ଯୁବକଙ୍କର ବୋଲି ଜଣା ପଡ଼ିବା ପରେ ସମସ୍ତଙ୍କ ହୋସ ଉଡ଼ି ଯାଇଥିଲା । ଏ ନେଇ ଅଭିଯୋଗ ହେବା ପରେ ଏବେ ଅଭିଯୁକ୍ତ ପଡ଼ୋଶୀକୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସୂଚନା ମୁତାବକ, ପୀଡ଼ିତା ନିଜ ସ୍ୱାମୀଙ୍କ ସହ ହୋସିୟାରପୁରରେ ଭଡ଼ା ଘରେ ରହୁଥିଲେ । ତାଙ୍କ ଘର ପାଖରେ କଇଡ଼ିଆ ନିବାସୀ ବାସୁଦେବ ଦାସ ମଧ୍ୟ ଆସି ଭଡ଼ାରେ ରହିବାକୁ ଲାଗିିଲେ । ଘର ପାଖରେ ରହୁଥିବାରୁ ପୀଡ଼ିତା ଏବଂ ବାସୁଦେବ କଥା ହେବା ଆରମ୍ଭ କରିଥିଲେ । କଥା ହେବାର କିଛି ଦିନ ପରେ ବାସୁଦେବ ନିଜକୁ ତାନ୍ତ୍ରିକ ବୋଲି କହିବା ସହ ଶାରୀରିକ ସଂପର୍କ ନ ରଖିଲେ ତୁମ ସ୍ୱାମୀଙ୍କ ଜୀବନ ନଷ୍ଟ କରିଦେବି ବୋଲି ପୀଡ଼ିତାଙ୍କୁ ଧମକ ଦେଇଥିଲେ । ଯାହା ପରେ ପୀଡ଼ିତା ଚୁପ୍‌ ରହିବା ସହ ବାସୁଦେବ ତାଙ୍କ ସହ ଶରୀରିକ ସଂପର୍କ ରଖିବା ଆରମ୍ଭ କରିଥିଲେ । କିଛି ଦିନ ପରେ ପୀଡ଼ିତା ଗର୍ଭବତୀ ହୋଇଥିଲେ । କିନ୍ତୁ ବାସୁଦେବଙ୍କ ଧମକ ପାଇଁ ସେ କାହାକୁ ଏ ବିଷୟରେ ଜଣାଇ ପାରି ନଥିଲେ ।

ସମ୍ବନ୍ଧିତ ଖବର