ନୂଆଦିଲ୍ଲୀ: ରାଜସ୍ଥାନର କୋଟା ଜିଲ୍ଲାର ନୟାପୁରା  ଥାନା ଅଞ୍ଚଳରେ ଜଣେ ମହିଳା କନଷ୍ଟେବଳଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ଦୁଷ୍କର୍ମକାରୀ କନଷ୍ଟେବଳ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ପୀଡ଼ିତା ନିରାଶ ହୋଇ ବିଷ ପିଇ ଜୀବନ ହାରି ଦେବାକୁ ଉଦ୍ୟମ କରିଥିଲେ। ଏହାପରେ  ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଚିକିତ୍ସା ପରେ ‌ସେ ବିପଦମୁକ୍ତ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି।

Advertisment

ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ବିଭାଗ ତତ୍ପରତା ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଘଟଣାରେ ସାମିଲ ଥିବା ଦୁଷ୍କର୍ମକାରୀ କନଷ୍ଟେବଳଙ୍କୁ ଗିରଫ କରି ତାଙ୍କୁ ଚାକିରିରୁ ନିଲମ୍ବିତ କରି ଦେଇଛନ୍ତି। ଏଥିସହିତ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

ପୀଡ଼ିତା ତଥା ପୀଡ଼ିତାଙ୍କ ପରିବାରଲୋକ କନଷ୍ଟେବଳଙ୍କ ବିରୋଧରେ ଥାନାରେ ଅଭିଯୋଗ କରି କହିଥିଲେ, ’ଅଭିଯୁକ୍ତ କନଷ୍ଟେବଳ ପୀଡ଼ିତାଙ୍କ ଦୂର ସମ୍ପର୍କୀୟ। ଉକ୍ତ କନଷ୍ଟେବଳ ପୀଡ଼ିତାଙ୍କୁ ଜୋରଜବରଦସ୍ତ କରି ତାଙ୍କ ସହିତ ଅନେକ ଥର ଦୁଷ୍କର୍ମ କରିଥିଲେ। ଏହି ଘଟଣା ବିଷୟ‌ରେ କାହାକୁ କିଛି ନକହିବା ପାଇଁ କନଷ୍ଟେବଳ ମହିଳାଙ୍କୁ ଧମକ ବି ଦେଇଥିଲେ। ଶେଷରେ କନଷ୍ଟେବଳଙ୍କ ନିର୍ଯାତନା ସହି ନପାରି ମହିଳା ଘରେ ଜଣାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।’

 

ଅଧିକପଢ଼ନ୍ତୁ ପଶ୍ଚିମ ଓଡ଼ିଶାକୁ କେନ୍ଦ୍ର କ୍ୟାବିନେଟ୍‌ର ଭେଟି: ୨ ରେଳ ଲାଇନ୍‌କୁ ଦେଲେ ମଂଜୁରୀ