ବେକରେ ଲୁଗାବାନ୍ଧି ମହିଳାଙ୍କ ଆତ୍ମହତ୍ୟା

ବାଲିଅନ୍ତା/ବାଲିପାଟଣା:ବାଲିପାଟଣା ଥାନା ଅଧୀନ ଝିଣ୍ଟିପାଟଣା ଗ୍ରାମର ତୃପ୍ତିମୟୀ ଜେନା ନାମକ ଜଣେ ମହିଳା ବେକରେ ଲୁଗାବାନ୍ଧି ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ତୃପ୍ତି ଫ୍ୟାନରେ ଝୁଲୁଥିବା ଦେଖି ପରିବାର ଲୋକ ତାଙ୍କୁ ତଳକୁ ଓହ୍ଲାଇଥିଲେ। ହେଲେ ସେତେବେଳେକୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା।

ପରିବାର ଲୋକ ଚିକିତ୍ସା ଲାଗି ତୃପ୍ତିଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ବାଲିପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଏଯାଏ ଜଣାପଡ଼ିନି। ପୁଲିସ ମୃତଦେବ ବ୍ୟବଚ୍ଛେଦ କରାଇ ଆଜି ଅପରାହ୍ନରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗତକାଲି ରାତିରେ ତୃପ୍ତି ପାରିବାରିକ ଅଶାନ୍ତି କାରଣରୁ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର