ବାଙ୍ଗ୍ଲାଦେଶରେ ପ୍ରଧାନଶିକ୍ଷକଙ୍କ ବିରୋଧରେ ଯୌନ ଅସଦାଚରଣର ଅଭିଯୋଗ ମହଙ୍ଗା ପଡ଼ିଲା, ୧୯ବର୍ଷୀୟ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ
ନୂଆଦିଲ୍ଲୀ : ଅତ୍ୟାଚାର ସହୁଥିଲେ ମଧ୍ୟ କିଛି ସମ୍ମାନକୁ ଜଗି ଏବଂ କିଛି ଜୀବନ ବଞ୍ଚାଇବା ପାଇଁ ଅନ୍ୟ ଆଗରେ ମୁହଁ ଖୋଲନ୍ତି ନାହିଁ । କିଛି ମହିଳା ନିଜ ସହ ହୋଇଥିବା ଅପରାଧ ପାଇଁ ମୁହଁ ଖୋଲିବାର ସାହାସ ରଖୁଥିବା ବେଳେ ତାଙ୍କ ମୁହଁକୁ ବନ୍ଦ କରି ଦିଆଯାଇଥାଏ । ଯାହା ବାଙ୍ଗାଲାଦେଶରେ ୧୯ବର୍ଷୀୟ ନୁସ୍ରତ ଜାହାନ୍ ରଫିଙ୍କ ସହ ଘଟିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମାର୍ଚ୍ଚ ୨୭ରେ ନୁସ୍ରତଙ୍କୁ ସ୍କୁଲର ପ୍ରଧାନଶିକ୍ଷକ ନିଜ କକ୍ଷକୁ ଡ଼ାକି ତାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରିବା ଆରମ୍ଭ କରିଥିଲେ । ଅଧିକ କିଛି ହେବା ପୂର୍ବରୁ ନୁସ୍ରତ୍ ସେଠାରୁ ଦୌଡ଼ି ଚାଲି ଆସିଥିଲେ । ପରେ ଅନ୍ୟମାନଙ୍କ ଭଳି ଚୁପ୍ ନ ରହି ସେ ନିଜ ମାତା-ପିତାଙ୍କୁ ଏ ନେଇ ଜଣାଇବା ସହ ଅଭିଯୋଗ କରିବା ପାଇଁ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ଅଭିଯୋଗ ହେବା ପରେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରାଯାଇଥିଲା । କିନ୍ତୁ କିଛି ଛାତ୍ର ଏବଂ ରାଜନେତାମାନେ ପ୍ରଧାନଶିକ୍ଷକଙ୍କୁୁ ଛାଡ଼ିବା ପାଇଁ ଆନ୍ଦୋଳନ ଆରମ୍ଭ କରି ଦେଇଥିଲେ । ଘଟଣାର ୧୧ଦିନ ପରେ ଏପ୍ରିଲ ୬ରେ ନୁସ୍ରତ୍ ପରୀକ୍ଷା ଦେବା ପାଇଁ ସ୍କୁଲ ଯାଇଥିବା ବେଳେ ସ୍କୁଲର ଛାତ ଉପରକୁ ଡ଼ାକି ୫ଜଣ ବୁର୍ଖା ପିନ୍ଧିଥିବା ଯୁବକ ଅଭିଯୋଗ ଫେରାଇ ଆଣିବାକୁ କହିଥିଲେ । କିନ୍ତୁ ପୀଡ଼ିତା ମନା କରିବାରୁ ସେମାନେ ପୀଡ଼ିତାଙ୍କ ଦେହରେ କିରୋସିନ୍ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଶେଷ ସମୟରେ ବି ପୀଡ଼ିତା ହାର୍ ନ ମାନି ନିଜ ପାାଖରେ ଥିବା ଫୋନରେ ଭଏସ୍ ରେକର୍ଡ କରି ଅଭିଯୁକ୍ତଙ୍କ ନାଁ କହି ଫୋନକୁ ଦୂରକୁ ଫିଙ୍ଗି ଦେଇଥିଲେ । ଫୋନ ମିଳିଥିବା ବେଳେ ଏବେ ଏହାର ତଦନ୍ତ ଆରମ୍ଭ କରିଛି ପୁଲିସ ।