ନୂଆଦିଲ୍ଲୀ: ହରିୟାଣାର ଯମୁନାନଗରରେ ନକଲି ଆଇଡି ମାଧ୍ୟମରେ ସ୍ବାମୀ ଓ ସ୍ତ୍ରୀ ମିଶି ଲୋକଙ୍କୁ ଠକୁଥିବାର ଏକ ଠକେଇ ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ଯମୁନାନଗରର ସାଇବର ପୁଲିସ ଦ୍ୱାରା ଗିରଫ ହୋଇଥିବା ଉଭୟ ସ୍ୱାମୀ-ସ୍ତ୍ରୀ ଜାଲ୍ ଆଇଡି ତିଆରି କରି ଅନେକ ଲୋକଙ୍କୁ ଠକାମିର ଶିକାର କରିଛନ୍ତି। ତେବେ ବିହାରର ଜଣେ ଯୁବକଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଦମ୍ପତି ଲୁଟିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ସମସ୍ତ ପ୍ଲାନ ଭଣ୍ଡୁର ହୋଇଯାଇଛି।
ଅଭିଯୁକ୍ତ ସ୍ୱାମୀ ଏବଂ ସ୍ତ୍ରୀ ଭିଗୋ ଆପରେ ଅନେକ ନକଲି ଆଇଡି ତିଆରି କରିଥିଲେ। ଏଥିମଧ୍ୟରୁ ଗୋଟିଏ ଶିବାନୀଙ୍କ ନାମରେ ଥିଲା ଏବଂ ତାଙ୍କ ପ୍ରୋଫାଇଲ୍ ଅନୁଯାୟୀ ସେ ଗୁଗୁଲରେ କାମ କରୁଥିଲେ ଏବଂ ଆମେରିକାର କାଲିଫର୍ଣ୍ଣିଆରେ ରହୁଥିଲେ।|
ଦ୍ୱିତୀୟ ଆଇଡି ରେଡକୁଇନ ନାମରେ ଥିଲା, ତୃତୀୟ ଆଇଡି ଜିଆଙ୍କ ନାମରେ ଥିଲା ।ଏହି ଆଇଡିଗୁଡିକ ଉଭୟ ସ୍ୱାମୀ-ସ୍ତ୍ରୀ ବ୍ୟବହାର କରୁଥିଲେ। ପତ୍ନୀ ପରମିନ୍ଦର କୌର ଏହା ପୂର୍ବରୁ ଦିଲ୍ଲୀର ଏକ କଲ ସେଣ୍ଟରରେ କାମ କରୁଥିଲେ। ଗୁରୁପ୍ରୀତଙ୍କୁ ବିବାହ କରିବା ପରେ ସେ ଯମୁନନଗରକୁ ଚାଲି ଆସିଥିଲେ। ଏଠାକୁ ଆସିବା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଠକିବା କାମ ଆରମ୍ଭ କରିଥିଲେ।
ବିହାରର ଜଣେ ଯୁବକଙ୍କୁ ପରମିନ୍ଦର କୌର ଶିବାନୀର ପରିଚୟ ଦେଇ କିଛିଦିନ କଥା ହୋଇଥିଲେ। ଏହାପରେ ପରମିନ୍ଦର କୌର ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ଶରୀର ଅସୁସ୍ଥ ଅଛି ଚିକିତ୍ସା ପାଇଁ ୨୫ ଲକ୍ଷ ଟଙ୍କା ଆବଶ୍ୟକ କହିଥିଲେ। ମହିଳାଙ୍କ କଥାରେ ବିଶ୍ବାସ କରି ଯୁବକ ପରମିନ୍ଦର କୌରଙ୍କ ପାଖକୁ ଟଙ୍କା ପଠାଇଥିଲେ। ଏହାର କିଛିଦିନ ପରେ ଶିବାନୀଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଟଙ୍କା ପଠାଇଥିବା ଯୁବକଙ୍କ ପାଖକୁ ପରମିନ୍ଦର କୌର ଏକ ବାର୍ତ୍ତା ପଠାଇଥିଲେ।
ଏହି ବାର୍ତ୍ତାରେ ଯୁବକଙ୍କ ସନ୍ଦେହ ହୋଇଥିଲା। ସେ ପୁଲିସରେ ଅଭିଯୋଗ କରିଥିଲେ। ଯୁବକଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଯାଞ୍ଚ କରି ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଧିକପଢ଼ନ୍ତୁ:ନାକରେ ଅକ୍ସିଜେନ ପାଇପ ଲାଗିଥିବା ସତ୍ତ୍ବେ ଅଭ୍ୟାସ ଜାରି ରଖିଥିଲେ ଗାୟିକା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/07/OKIl1kuB50K9Uzn9P6Zs.jpg)