ବିମାନରେ ଯାତ୍ରା କରୁଥିଲେ ହୋଇ ଯାଆନ୍ତୁ ସାବଧାନ, ନଚେତ ବ୍ୟାଗର ହୋଇପାରେ ଏପରି ଅବସ୍ଥା

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରୁ ଗୋଟିଏ ହେଉଛି ସେମାନଙ୍କର ଲଗେଜ୍ ନଷ୍ଟ ହୋଇଯାଇଥାଏ। ଅର୍ଥାତ ସେମାନେ ଲଗେଜ ରଖି ବିମାନରେ ଯେମିତି ଚଢ଼ି ଥାଆନ୍ତି, ଓହ୍ଲାଇବା ସମୟରେ ସେମିତି ଲଗେଜ ପାଆନ୍ତି ନାହିଁ । ବିମାନ ବନ୍ଦରରେ କର୍ମଚାରୀମାନେ ଜିନିଷପତ୍ର  ରଖୁଥିବା ସମୟରେ କରୁଥିବା ତ୍ରୁଟି ଯୋଗୁଁ ଯାତ୍ରୀଙ୍କ  ଜିନିଷଗୁଡ଼ିକ ପ୍ରାୟତଃ ହଜିଯିବା କିମ୍ବା ନଷ୍ଟ ହୋଇଯିବା ଅଭିଯୋଗ ଆସିଥାଏ।

ଏପରି ଏକ ଘଟଣାର ଫଟୋ ଭାଇରାଲ୍ ରେଡ୍ଡିଟ୍ ପୋଷ୍ଟରେ ଦେଖିବାକୁ ମିଳିଛି। ଏଥିରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଏକ ସୁଟକେସକୁ ଫଟୋ ପ୍ରକାଶ ପାଇଛି ।  ଜଣେ ଯାତ୍ରୀଙ୍କ ପୁତୁରା ଅନଲାଇନରେ ନଷ୍ଟ ହୋଇଥିବା ସୁଟକେସର ଚିତ୍ର ପୋଷ୍ଟ କରିଛନ୍ତି। ସେ ଏହି ଫଟୋ ମାଧ୍ୟମରେ ଲୋକଙ୍କୁ ଦେଖାଇଛନ୍ତି କିପରି ତାଙ୍କ ଦାଦାଙ୍କ ସୁଟକେସ୍ ବିମାନ ଯାତ୍ରା ଯୋଗୁ ନଷ୍ଟ ହୋଇଯାଇଛି।

ସୋସିଆଲ ମିଡିଆ ସାଇଟ ରେଡ୍ଡିଟରେ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖା ହୋଇଛି, ‘ବିମାନ ଉଡ଼ିବା ପରେ ମ‌ୋର ଦାଦାଙ୍କ ସୁଟକେସର ଅବସ୍ଥା।’  ଉପରୁ ତଳ ପର୍ଯ୍ୟନ୍ତ ବ୍ୟାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ବେଳେ ଚେନ ଅଧା ଖୋଲା ହୋଇଯାଇଥିଲା। ଫଟୋରେ ସୁଟକେସର ଅବସ୍ଥା ଦେଖି ଇଣ୍ଟରନେଟ୍ ବ୍ୟବହାରକାରୀମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହି ଫଟୋ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ସେମାନେ ଏଥିରେ ନିଆଁ ଲଗାଇ ଦେଲେ କି? ବିମାନଟି ଲଗେଜ୍ ଉପରେ ଖସିପଡିଥିଲା ​​କି? ଏକ ଡ୍ରାଗନ୍ ବିମାନକୁ ଗୋଡ଼ାଉଥିଲା କି? ଅନେକ ପ୍ରଶ୍ନ ମାଧ୍ୟମରେ ଅନେକ ଲୋକ ସେମାନଙ୍କର ପ୍ରତିକ୍ରିୟା ଦେଇଛନ୍ତି। | ଜଣେ ବ୍ୟକ୍ତି କହିଛନ୍ତି, ଲଗେଜ୍ ରଖିବା ପୂର୍ବରୁ ବିମାନବନ୍ଦର ବ୍ୟାଗର ବୀମା କରିବା ଉଚିତ୍ ଥିଲା।

 

ସମ୍ବନ୍ଧିତ ଖବର