ଭୁବନେଶ୍ୱର : ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ନୂଆପଲ୍ଲୀ ନୟାଗଡ଼ସାହି ଅଞ୍ଚଳର ଅଭିଜିତ ନାୟକ ଓରଫ ବାପି (୨୭)।
ପୁଲିସ ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୁଧବାର ରାତିରେ ଅଭିଜିତ ପଡ଼ୋଶୀ ବନିତା ନାୟକଙ୍କୁ ଗାଳିଗୁଲଜ କରିଥିଲା। ବନିତା ପ୍ରତିବାଦ କରିବାରୁ ଅଭିଜିତ୍ ତାଙ୍କୁ ଆକ୍ରମଣ କରିଥିଲା। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏନେଇ ବନିତା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଜିତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/arrest-8.jpg)