ସୁନ୍ଦରୀ ୪୨୦ ! ଅବସରପ୍ରାପ୍ତ ଡାକ୍ତରଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିନେଲେ ଯୁବତୀ

ଅନୁଗୁଳ: ସୁନ୍ଦରୀ ଝିଅର ମାୟାଜାଲରେ ଫସିଗଲେ ଡାକ୍ତର । ଜଣେ ସୁନ୍ଦରୀ ଯୁବତୀଙ୍କ କଳାକାରନାମା ସାମ୍ନାକୁ ଆସିଛି।  ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ଜଣେ ଅବସରପ୍ରାପ୍ତ ଡାକ୍ତର । ଅନୁଗୁଳ ଜିଲ୍ଲା ତାଳଚେରରେ ଘଟିଛି ଏପରି ଅଭାବନୀୟ ଘଟଣା । ତେବେ ଡାକ୍ତର ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଏବେ ସୁନ୍ଦରୀ ଯୁବତୀଙ୍କୁ ମାମୁଘର ଯିବାକୁ ପଡ଼ିଛି ।

ଘଟଣାରୁ ପ୍ରକାଶ, ତାଳଚେର ବାଘୁଆବୋଲ ଅଂଚଳରେ ରହନ୍ତି ଅବସରପ୍ରାପ୍ତ ଡାକ୍ତର ବିଜୟ ପ୍ରଧାନ । କିଛି ଦିନ ତଳେ ଜଣେ ସୁନ୍ଦରୀ ତରୁଣୀ ନିଜକୁ ଫାଇନାନ୍ସ  କମ୍ପାନୀର ଏଜେଣ୍ଟ ଦର୍ଶାଇ ଡାକ୍ତଙ୍କ ସହ ବ୍ୟବସାୟିକ ସମ୍ପର୍କ ଯୋଡ଼ିଥିଲେ । ଅତି ଅଳ୍ପ ଦିନରେ ଯୁବତୀ ଜଣକ ନିଜର ମିଠାମିଠା କଥା ଓ ବାକଚାତୁରୀରେ ଡାକ୍ତରଙ୍କୁ  ପୂରାପୁରି ପ୍ରଭାବିତ କରିଦେଇଥିଲେ । ଏହାପରେ  ଅତ୍ୟନ୍ତ ଚତୁରତାରର ସହ ଡାକ୍ତରଙ୍କ ପିନ୍ ଓ ଏଟିଏମ କାର୍ଡ଼ ନମ୍ବର ହାସଲ କଲେ ସେ । ଆଉ ତା’ପରେ ଡାକ୍ତରଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଆକାଉଣ୍ଟରୁ କିସ୍ତିରେ ସମୁଦାୟ ୪ ଲକ୍ଷ ୫୭ ହଜାର ୩୫୮ ଟଙ୍କା ଉଠାଇ ନେଇଥିଲେ ।

ହଠାତ୍ ଏତେ ଟଙ୍କା ଆକାଉଣ୍ଟରୁ କଟିଯିବା  ପରେ ଡାକ୍ତର ବାବୁଙ୍କ ବୁଦ୍ଧି ହଜିଗଲା । ସୁନ୍ଦରୀଙ୍କ ଅସଲ ଚେହେରା ସାମ୍ନାକୁ ଆସି ସାରିଥିଲା । ଟଙ୍କା କଟିଯିବା ପରେ ଡାକ୍ତର ଜଣକ କାନମୁଣ୍ଡ ଆଉଁସି ତୁରନ୍ତ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଉ ତା’ପରେ ଏତଲା ଆଧାରରେ ପୁଲିସ ତଦନ୍ତ କରି ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଯୁବତୀଙ୍କ ନାଁରେ ଦୁଇଟି ଠକେଇ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।

ସମ୍ବନ୍ଧିତ ଖବର