କଟକ: ସ୍ଥାନୀୟ ଏକ ସପିଂ ମଲ୍ରେ ଶୁକ୍ରବାର ଜଣେ ମହିଳା କର୍ମଚାରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ପୁରୀଘାଟ ଥାନା ଅନ୍ତର୍ଗତ ଭଗତପୁର ଅଞ୍ଚଳର ରଞ୍ଜିତା ମହାନ୍ତି(୧୮) ଆତ୍ମହତ୍ୟା କରିଛନ୍ତି। ରଞ୍ଜିତା ବଜ୍ରକବାଟୀ ରୋଡ଼ସ୍ଥିତ ଏକ ସପିଂ ମଲ୍ରେ କାମ କରୁଥିଲେ। କୌଣସି କାରଣରୁ ନିଜେ ବଞ୍ଚିବାକୁ ଚାହୁଁ ନଥିଲେ। ଆଜି ଅପରାହ୍ନ ପାଖାପାଖି ୩ଟା ସମୟରେ ସପିଂ ମଲ୍ର ଗୋଦାମ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ସପିଂ ମଲର କିଛି କର୍ମଚାରୀ ରଞ୍ଜିତା ଆତ୍ମହତ୍ୟା କରିଥିବା ଷ୍ଟୋାର ରୁମ୍ ଖୋଲିବା ପରେ ଘଟଣା ସଂପର୍କରେ ଅବଗତ ହୋଇଥିଲେ। ଏହା ପରେ ସପିଂ ମଲ ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀର ମୃତଦେହ ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ, ରଞ୍ଜିତା ମାନସିକ ଚିନ୍ତାରେ ଥିଲେ। ପୋଷ୍ଟମର୍ଟମ ପାଇଁ ମୃତଦେହକୁ ହସ୍ପିଟାଲ ପଠାଇ ଦେଇ ଘଟଣାର ତଦନ୍ତ କରୁଛି।
କଟକ ସପିଂ ମଲ୍ରେ ରସି ଲଗାଇ ଆତ୍ମହତ୍ୟା କଲେ ଯୁବତୀ
/sambad/media/post_attachments/wp-content/uploads/2018/08/suicide-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)