ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାରର ଏକ ବସ୍ତିରୁ ଏକ ନାବାଳିକା ଅପହରଣ ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଆଜି ଜଣେ ଯୁବକକୁ ନୟାଗଡ଼ ଅଞ୍ଚଳରୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ତୋଫାନ ବେହେରା(୨୩)। ଅଭିଯୁକ୍ତ ଜଣକ ସରିଗଣ୍ଡ ଦଶପଲ୍ଲା ନୟାଗଡ଼ ଜିଲ୍ଲାର ହୋଇଥିବା ବେଳେ ସେ ଗତ ସପ୍ତାହରେ ନୀଳାଦ୍ରିବିହାର ବସ୍ତିରୁ ଜଣେ ନାବାଳିକାକୁ ବଳପୂର୍ବକ ଅପହରଣ କରି ନେଇଥିବା ଝିଅଟିର ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଘଟଣାର ତଦନ୍ତକରି ତୋଫାନର ଠିକଣା ପାଇଥିଲା। ଚନ୍ଦ୍ରଶେଖରପୁର ଥାନାର ଏକ ପୁଲିସ୍ ଦଳ ଅଭିଯୁକ୍ତକୁ ଠାବ କରିବା ସହିତ ଅପହୃତ ନାବାଳିକାଙ୍କୁ ଉଧାର କରିଥିଲା। ଅଭିଯୁକ୍ତକୁ ଗିରଫ କରିବା ସହିତ କୋର୍ଟ ଚାଲଣ କରାଯାଇଛି।
ନାବାଳିକାକୁ ଅପହରଣ କରି ଯୁବକ ଗିରଫ
/sambad/media/post_attachments/wp-content/uploads/2018/01/arrested-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)