ପୁରୁଣା ଭୁବନେଶ୍ୱର: ପ୍ରେମିକାର ବିବାହ ଭାଙ୍ଗିବାରୁ ଜଣେ ଯୁବକକୁ ଏୟାର ଫିଲଡ଼୍ ଥାନା ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ଗଞ୍ଜାମ ଜିଲ୍ଲା ଧିରକୁଟ୍ ଗ୍ରମାର ସତ୍ୟନାରାୟଣ ସାହୁ(୩୨)। ସେ ଶ୍ରୀଲିଙ୍ଗରାଜ ଥାନା ପଛପଟେ ରୁହେ। ପୁଲିସ ସୂଚନା ଅନୁଯାୟୀ ସତ୍ୟନାରାୟଣ ଏୟାର ଫିଲଡ଼୍ ଥାନା ଅଧିନ ଗଙ୍ଗନଗର ଅଞ୍ଚଳର ଶର୍ମିଳା ସାମନ୍ତରାୟ(ଛଦ୍ମନାମ)ଙ୍କୁ ପ୍ରେମ କରୁଥିଲେ। ତେବେ ଶର୍ମିଳାର ଅନ୍ୟ ଆଡ଼େ ବିବାହ ଠିକ୍ ହୋଇଯାଇଥିଲା। ଏହି ଖବର ପାଇ ଶର୍ମିଲା ସହ ବିବାହ କରିବାକୁ ଯାଉଥିବା ଯୁବକୁ ସତ୍ୟନାରାୟଣ ଧମକ ଦେଇଥିଲେ। ବିବାହ ହେଲେ ଆଇନ ହାତକୁ ନେବେ ବୋଲି କହିଇଥିଲେ। ଏହାପରେ ଶର୍ମିଳାର ବିବାହର ଭାଙ୍ଗି ଯାଇଥିଲା। ଏନେଇ ଶର୍ମିଳାର ପରିବାର ଲୋକେ ଏୟାର ଫିଲଡ଼୍ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିର୍ତ୍ତିିକରି ପୁଲିସ ସତ୍ୟନାରାୟଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପ୍ରେମିକାର ବିବାହ ଭାଙ୍ଗି ଜେଲ୍ ଗଲା ଯୁବକ
/sambad/media/post_attachments/wp-content/uploads/2018/01/Jail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)