ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ରଙ୍ଗମାଟିଆରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସୂଚନା ମିଳିଛି। ରଙ୍ଗମାଟିଆର ତଳସାହିରେ ଥିବା ଏକ ସ୍କୁଲ ପରିସରରେ ସ୍ଥାନୀୟ ଯୁବକ ଦିପକ ବେହେରା ଓରଫ ଲଣ୍ଡାକୁ ହତ୍ୟା କାରଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଦୁର୍ବୃତ୍ତମାନେ ଦିପକଙ୍କୁ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟଣା ଘଟିଥିବା ଅନୁମାନ କରାଯାଉଛି। ମାତ୍ର ରିପୋର୍ଟ ଲେଖାଯିବା ବେଳକୁ ଘଟଣାର କାରଣ ଜଣାପଡ଼ି ନାହିଁ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
ପୂର୍ବ ଶତ୍ରୁତାରୁ ରାଜଧାନୀରେ ଯୁବକଙ୍କୁ ନିର୍ମମ ହତ୍ୟା
/sambad/media/post_attachments/wp-content/uploads/2019/08/1522799727_murder.jpg)