ଲକ୍ଷ୍ନୌ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ବାରମ୍ବାର ଲୋକମାନଙ୍କୁ ସଚେତନ ରହିବାକୁ ପରାମର୍ଶ ଦେବା ସହିତ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ପରିସ୍ଥିତି ଏବେ ଜଟିଳ ଅବସ୍ଥାରେ ଆସି ପହଞ୍ଚିଛି। ଏହା ସତ୍ତ୍ବେ ଲୋକଙ୍କ ଚେତା ପଶୁ ନାହିଁ। ସେମାନେ ମାସ୍କ ନ ପିନ୍ଧି ଅମାନିଆ ହୋଇ ବିନା କାରଣରେ ଘରୁ ବାହାରି ଏଣେତେଣେ ବୁଲୁଛନ୍ତି। ଏହି ଅମାନିଆଙ୍କୁ ସାବାଡ କରିବା ପାଇଁ ଛକଛକରେ ଟାଣ ଖରାରେ ପୁଲିସ ଯାଞ୍ଚ କରୁଛି।
ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସଚେତନ କରୁଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ପୁଲିସ ସହିତ ଖରାପ ବ୍ୟବହାର କରୁଛନ୍ତି। ନିକଟରେ ଜଣେ ଦମ୍ପତ୍ତିଙ୍କୁ ମାସ୍କ ନ ପିନ୍ଧିଥିବାରୁ ପୁଲିସ ଅଟକାଇଥିଲା। ଯାହାକୁ ନେଇ ଦମ୍ପତ୍ତି ରାସ୍ତା ଉପରେ ହାଏଭୋଲଟେଜ ଡ୍ରାମା କରିଥିବା ଖବର ସାମ୍ନାକୁ ଆସିଥିଲା। ଏମିତି ଆଉ ଏକ ଘଟଣା ଉତ୍ତରପ୍ରଦେଶ କୁଶୀନଗରରୁ ସାମ୍ନାକୁ ଆସିଛି।
#UttarPradesh : कुशीनगर में मास्क चेकिंग के दौरान एक लड़का दारोगा को थप्पड़ मारकर भागा।#ViralVideo#Coronavirus#Kushinagarpic.twitter.com/VLNubhw6b1
— Hindustan (@Live_Hindustan) April 21, 2021
ପ୍ରକାଶିତ ଖବର ଅନୁସାରେ ଫାଜିଲନଗର ଥାନା ଅଧିକାରୀ ଦଗବିଜୟ ସିଂହ ସରକାରୀ ଗାଡ଼ିରେ ବସି ମାସ୍କ ନପିନ୍ଧି ରାସ୍ତାରେ ଯାଉଥିବା ଜଣେ ଯୁବକକୁ ଅଟକାଇ ଥିଲେ। ମାସ୍କ କାହିଁକି ପିନ୍ଧି ନାହଁ ବୋଲି ପୁଲିସ ଉକ୍ତ ଯୁବକକୁ ପଚାରିବାରୁ ସେ ରାଗି ଯାଇଥିଲା। ଏହାପରେ ଦିଗବିଜୟଙ୍କୁ ଶକ୍ତ ଚାପୁଡ଼ା ମାରି ଯୁବକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଜଣେ କନଷ୍ଟେବଳ ତାକୁ ଧରିବାକୁ ପଛେ ପଛେ ଦୌଡ଼ିଥିଲେ । କିନ୍ତୁ ଧରିବାରେ ବିଫଳ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Untitled-3-copy-1.jpg)