ନୂଆଦିଲ୍ଲୀ: ଦିଲ୍ଲୀର ଅଜମେରି ଗେଟ୍ ଅଞ୍ଚଳରେ ଜଣେ ସ୍କୁଟି ଚାଳକ ଯୁବକଙ୍କୁ କାର୍ରେ ଥିବା ଜଣେ ଯୁବକ ଗୁଳି କରି ଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ କାର୍ ଭିତରେ ଜୁବୈର (୩୩) ନାମକ ଜଣେ ଯୁବକ ସ୍କୁଟି ରଖିଥିଲ। ଏହାକୁ ନେଇ କାର୍ ଭିତରେ ବସିଥିବା ଦୁଇ ଅଭିଯୁକ୍ତ ଗୁଲଜାର୍ (୨୮) ଓ ଜାଭେଦ୍ (୩୪)ଙ୍କ ସହିତ ଜୁବୈରଙ୍କର ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଗୁଲଜାର ଓ ଜାଭେଦ୍ ଜୁବୈର ଉପରକୁ ଗୁଳି ଚଳାଇଥିଲା।
/sambad/media/post_attachments/wp-content/uploads/2019/02/arrest-2-person.jpg)
ପୁଲିସର ସୂଚନା ଅନୁଯାୟୀ ଜୁବୈର କସବାପୁରା ସଦର ବଜାର ଅଞ୍ଚଳରେ ରହେ। ସେ ନିଜର ଜଣେ ପରିଚିତ ଲୋକ ବିଲାଲଙ୍କ ସହିତ ସ୍କୁଟିରେ ଅଜମେରି ଗେଟ୍ ଅଞ୍ଚଳକୁ ଆସିଥିଲା। କାର୍ରେ ବସିଥିବା ଗୁଲଜାର ଓ ଜାଭେଦ ଜୁବୈରାକୁ ଅଶ୍ଳୀଳ କଥା କହିଥିଲେ। ଏହାକୁ ଜୁବୈର ଓ ବିଲାଲ କାର୍ ଆଗରେ ସ୍କୁଟି ରଖି ବିରୋଧ କରିଥିଲେ। ତା’ପରେ ଜାଭେଦ୍ ନିଜ ପିସ୍ତଲ ବାହାର କରି ଜୁବୈରାକୁ ଗୁଳି ମାରିଥିଲା। ସେଠାରୁ ସେଦୁହେଁ ଫେରାର ହୋଇଯାଇଥିଲେ। ବିଲାଲ ପୁଲିସକୁ ଏସଂପର୍କରେ ସୂଚନା ଦେବାପରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/Gun-Shot-for-Scooty-Parking-in-Front-of-Car_Thumbnail.jpg)