ଭୁବନେଶ୍ୱର : ପ୍ରଥମେ ପ୍ରେମ, ପରେ ସମ୍ପର୍କ। ଆଉ ଅନ୍ତରଂଗ ସମ୍ପର୍କ ବେଳର ଦୃଶ୍ୟକୁ ମୋବାଇଲ୍ ଫୋନ୍ରେ ଉତ୍ତୋଳନ କରି ଯୁବତୀଙ୍କୁ ବ୍ଲାକମେଲ୍। ପ୍ରେମରେ ଭଟ୍ଟା ପଡ଼ିବା ପରେ ପ୍ରେମିକା ସହ ଅନ୍ତରଙ୍ଗ ମୁହୂର୍ତର ଫଟୋ ସବୁକୁ ଫେସ୍ବୁକ୍ରେ ଛାଡ଼ି ବ୍ଲାକ୍ମେଲ୍ କରୁଥିବା ଜଣେ ଯୁବକକୁ ଶେଷରେ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ତା ନାଁ ସୁବାଶିଷ ରାଉତରାୟ। ଘର କଟକର ନିଆଳି ଥାନା ଅଧୀନ ଜଲାଲପୁରରେ। ଏଠାରେ ସେ ୟୁନିଟ-୩ରେ ରହୁଥିଲା। ଆଜି ପୁଲିସ ସୁବାଶିଷକୁ କୋର୍ଟ ଚାଲାଣ କରିଛି। ନଖରା ନିକଟରେ ଥିବା ଏକ ଘରୋଇ କମ୍ପାନିରେ ସଂପୃକ୍ତ ଯୁବତୀ ଓ ଅଭିଯୁକ୍ତ ସୁବାଶିଷ ଏକାଠି କାମ କରୁଥିଲେ। ଉଭୟ ଉଭୟଙ୍କୁ ଭଲ ମଧ୍ୟ ପାଉଥିଲେ। କମ୍ପାନିରେ ଏ କଥା ଜଣା ପଡ଼ିବା ପରେ ଉଭୟଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା। ସେଥିପାଇଁ ସୁବାଶିଷଙ୍କୁ ଆଉ କୌଣସି କମ୍ପାନିରେ ଚାକିରି ମିଳୁନଥିଲା। ଏହି ସମୟ ମଧ୍ୟରେ ଯୁବତୀ ଜଣକ ତାଙ୍କଠାରୁ ଦୂରେଇବା ଆରମ୍ଭ କରିଥିଲେ। ଏକଥା ସୁବାଶିଷ ଜାଣିବା ପରେ ରାଗରେ ଯୁବତୀଙ୍କ ନାଁରେ ଏକ ଜାଲ୍ ଫେସ୍ବୁକ୍ ଆଇଡି ଖୋଲିଥିଲା। ଆଉ ସେଥିରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଅନ୍ୟ ଅଶ୍ଳୀଳ ଭିଡିଓ ସେୟାର କରିଥିଲା। ଏହି ସବୁ ଫଟୋ ଓ ଭିଡିଓ ଦେଖାଇ ସେ ଯୁବତୀଙ୍କୁ ବ୍ଲାକମେଲ୍ ମଧ୍ୟ ଆରମ୍ଭ କରିଥିଲା। ଏଥିରେ ଅତିଷ୍ଠ ହେବା ପରେ ଯୁବତୀଙ୍କ ଭାଇ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଗ୍ରହଣ କରି ସୁବାଶିଷକୁ ଗିରଫ କରିବା ସହିତ ସେ ବ୍ୟବହାର କରୁଥିବା ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି।
ଫେସ୍ବୁକରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଛାଡ଼ି ଯୁବକ ଗିରଫ
/sambad/media/post_attachments/wp-content/uploads/2018/01/tapas-facebook-story.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)