ଭୁବନେଶ୍ବର : ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ

ଭୁବନେଶ୍ବର : ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଟଣୀ ରାଜା ବଜାରର ପ୍ରସନ୍ନ ମହାପାତ୍ରକୁ ଗିରଫ କରିଛି। ପ୍ରସନ୍ନ ଏଠାରେ ବିଭିନ୍ନ ଜାଗାରେ ବୁଲି ଖାଉଥିଲା ଓ ମନ୍ଦିରରେ ଶୋଉଥିଲା। ଆଜି ଅପରାହ୍‌ଣ ୪ଟା ବେଳେ ଜଣେ ମହିଳା ୟୁନିଟ୍‌-୯ ଆଖଣ୍ଡଳମଣି ମନ୍ଦିର ନିକଟରେ ଚାଲିଚାଲି ଯାଉଥିବା ବେଳେ ପ୍ରସନ୍ନ ତାଙ୍କୁ ଅଦସଦାଚରଣ କରିଥିଲା। ମହିଳାଜଣକ ପାଟି କରିବାରୁ ସ୍ଥାନୀୟ ଲୋକେ ପ୍ରସନ୍ନକୁ ଧରି ପୁଲିସ୍‌ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର