ଭୁବନେଶ୍ବର : ଯୁବତୀଙ୍କୁ ବ୍ଲେଡ୍ରେ ଆକ୍ରମଣ ଅଭିଯୋଗରେ ଖାରବେଳନଗର ପୁଲିସ ଜଟଣୀ ବାଲିଛକ ଅଞ୍ଚଳର ଲିଟୁ ସ୍ବାଇଁ ଓରଫ ଗଜ୍ନି(୨୨)କୁ ଗିରଫ କରିଛି। ରବିବାର ରାତି ପାଖାପାଖି ସାଢ଼େ ୯ଟାରେ ଜଣେ ଯୁବତୀ ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଲିଟୁ ତାଙ୍କଠାରୁ ବ୍ୟାଗ୍ ଛଡ଼ାଇବା ପାଇଁ ଉଦ୍ୟମ କରିଥିଲା। ଯୁବତୀଜଣଙ୍କ ପାଟି କରିବାରୁ ସେ ପାଖରେ ରଖିଥିବା ଏକ ବ୍ଲେଡ୍ରେ ତାଙ୍କ ହାତକୁ କାଟି ଫେରାର୍ ଉଦ୍ୟମ କରିଥିଲା। ଏହି ସମୟରେ ସ୍ଥାନୀୟ ଲୋକ ତାକୁ କାବୁ କରି ନେଇଥିଲେ। ଖାରବେଳନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ କାବୁ କରିବା ସହ ଯୁବତୀଙ୍କୁ ଉଦ୍ଧାର କରିଥିଲା।
ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ଭୁବନେଶ୍ବର : ବ୍ରାଉନ୍ସୁଗାର କାରବାର ଅଭିଯୋଗରେ ଖଣ୍ଡଗିରି ପୁଲିସ ଜଣେ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲା, ଯଦୁପୁର ଟାଙ୍ଗୀସାହି ଅଞ୍ଚଳର ସେକ୍ ଅନୱର୍(୨୩)। ପୁଲିସ ତା’ଠାରୁ ୭ଗ୍ରାମ ବ୍ରାଉନ୍ସୁଗାର(ଆନୁମାନିକ ୭୦ ହଜାର ଟଙ୍କା) ଜବତ କରିଛି। ଗତ କିଛିମାସ ହେବ ଅନୱର୍ ସ୍ଥାନୀୟ ଅଞ୍ଚଳରେ ବ୍ରାଉନ୍ସୁଗାର କାରବାର କରୁଥିବା ନେଇ ପୁଲିସ ନିକଟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/arrest.jpg)
