ଭୁବନେଶ୍ୱର : ନିଶାସକ୍ତ ଅବସ୍ଥାରେ ଧୀରିକୁଟବସ୍ତି ପାତ୍ରସାହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଜଣେ ଯୁବକକୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି। ସେ ହେଲା ପାତ୍ରସାହି ଅଞ୍ଚଳର ରବୀନ୍ଦ୍ର ଓଝା(୩୦)। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ରବୀନ୍ଦ୍ର ନିଶାସକ୍ତ ଅବସ୍ଥାରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ଗାଳିଗୁଲଜ କରିବା ସହ ମାର୍ପିଟ କରୁଥିଲା। କେତେବେଳେ ଲୋକଙ୍କ ଘରକୁ ପଶି ଜିନିଷପତ୍ର ଭଙ୍ଗାରୁଜା କରୁଥିଲା। ରବୀନ୍ଦ୍ରର ଏପରି ଆତଙ୍କରେ ସ୍ଥାନୀୟଲୋକ ଅତିଷ୍ଠ ହୋଇପଡ଼ିଥିଲେ। କେହି ସାହସ କରି ରବୀନ୍ଦ୍ରକୁ ରୋକି ପାରି ନଥିଲେ। ହେଲେ ସ୍ଥାନୀୟ ଅଞ୍ଚଳର ବୃନ୍ଦାବନ ପାଇକ୍ରାୟଙ୍କ ସମ୍ମୁଖରେ ରବୀନ୍ଦ୍ରର ଦାଦାଗିରି ଚାଲି ନଥିଲା। ରବିବାର ସନ୍ଧ୍ୟାରେ ରବୀନ୍ଦ୍ର ନିଶାସକ୍ତ ଅବସ୍ଥାରେ ବୃନ୍ଦାବନଙ୍କ ଘର ସମ୍ମୁଖରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ବୃନ୍ଦାବନଙ୍କ ପତ୍ନୀ ବିରୋଧ କରିବାରୁ ରବୀନ୍ଦ୍ର ତାଙ୍କୁ ଆକ୍ରମଣ କରିଥିଲା। ଏମିତିକି ବୃନ୍ଦାବନଙ୍କ ଘରେ ପଶି ଆସବାବପତ୍ର ଭଙ୍ଗା ରୁଜା କରିବା ସହ ତାଙ୍କ ପୁଅକୁ ମାଡ଼ମାରିଥିଲା। ଏନେଇ ବୃନ୍ଦାବନ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ରବୀନ୍ଦ୍ରକୁ କୋର୍ଟ ଚାଲାଣ କରିଛି।
ଉନ୍ମତ୍ତ ଯୁବକ ଗିରଫ
/sambad/media/post_attachments/wp-content/uploads/2018/02/arrest-rcmp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)