ଗଣ୍ଡଗୋଳ କରି ଯୁବକ ଗିରଫ

ଚନ୍ଦ୍ରଶେଖରପୁର : ଜଣେ ଯୁବକଙ୍କୁ ବ୍ୟବସାୟିକ କାରଣରୁ ରାଗ ରଖି ଗଣ୍ଡଗୋଳ କରି ପ୍ରାଣାନ୍ତକ ଆକ୍ରମଣ କରିଥିବା ଜଣେ ଯୁବକକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ସନ୍ତୋଷ କୁମାର ମଲ୍ଲିକ। ସେ ତୁଳସୀବିହାରରେ ନିଜ ପରିବାର ସହ ରହୁଥିବା ବେଳେ ସେହି ଅଞ୍ଚଳର ଜଣେ ଯୁବକଙ୍କୁ ଗତକାଲି ମାଡ଼ ମାରି ଗୁରୁତର କରିଦେଇଥିଲା। ଫଳରେ ଆହତ ଯୁବକ ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଯାହାନେଇ ପୁଲିସ୍‌ ଆଜି ସକାଳେ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀ ଗିରଫ

ଚନ୍ଦ୍ରଶେଖରପୁର : ପାରିବାରିକ କଳହକୁ କେନ୍ଦ୍ରକରି ବାରମ୍ବାର ନିଜ ସ୍ତ୍ରୀକୁ ମାଡ଼ ମାରୁଥିବା ଜଣେ ଯୁବକଙ୍କ ନାମରେ ଅଭିଯୋଗ ପାଇ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ହେଲେ କେନ୍ଦ୍ରପଡ଼ା ରାଜକନିକାର ସୁକାନ୍ତ ସେଠୀ। ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ ବାପଘରୁ ଟଙ୍କା ଆଣିବା ପାଇଁ ସୁକାନ୍ତ ବାରମ୍ବାର ଚାପ ପକାଉଥିଲେ। ଏପରି ନକରିବାରୁ ସୁକାନ୍ତ ତାଙ୍କୁ ପିଠାଖଡ଼ିକାରେ ଚେଙ୍କ ଦେବା ସହ ହତ୍ୟା ଧମକ ଦେଉଥିଲେ। ନିର୍ଯାତନା ସହି ନ ପାରି ଶେଷରେ ଗତକାଲି ରାତିରେ ମହିଳା ଜଣଙ୍କ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଦେବାରୁ ପୁଲିସ ଆଜି ସୁକାନ୍ତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର