ଦୋକାନରୁ ଚୋରି କରି ଯୁବକ ଗିରଫ

ଚନ୍ଦ୍ରଶେଖରପୁର : ସ୍ଥାନୀୟ ବିଡ଼ିଏ କଲୋନି ଅଞ୍ଚଳର ଏକ ଦୋକାନର ସର୍ଟର୍‌ ତାଡ଼ି ଶତାଧିକ ଟଙ୍କାର ଜିନିଷ ପତ୍ର ଚୋରି କରିଥିବା ଜଣେ ଯୁବକକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା, ଆକାଶ ମହାନ୍ତି (୧୯)। ତା’ ଘର ନୟାଗଡ଼ ଭିଲାମଲ ସାହିରେ। ଏଠାରେ ଶୌଳଶ୍ରୀବିହାର ନିକଟ ସାଇନ୍‌ ଶ୍ରମିକ ବସ୍ତିରେ ରହୁଥିଲା। କିଛି ଦିନ ତଳେ ସେ ନିକଟ ଏକ ଦୋକାନର ସର୍ଟର୍‌ ତାଡ଼ି, ତାଲା ଭାଙ୍ଗି ଅନେକ ଜିନିଷ ପତ୍ର ଚୋରି କରିଥିଲା। ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବାରୁ ପୁଲିସ୍‌ ଏ ସଂପର୍କରେ ଜାଣିବାକୁ ପାଇଥିଲା। ପରେ ପୁଲିସ ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର