ଭୁବନେଶ୍ବର : ବୃଦ୍ଧଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ବମିଖାଲ ଅଞ୍ଚଳ ପ୍ଲଟ୍ ନଂ-୧୦୩ର ବିକ୍ରମ ପାତ୍ର(୩୯)। ପୁଲିସ ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ପ୍ଲଟ୍ରେ ରହୁଥିବା ରମେଶ ବର୍ଦ୍ଧନ ନାମକ ଜଣେ ବୃଦ୍ଧଙ୍କ ସହ ବିକ୍ରମର ବିବାଦ ଲାଗି ରହିଥିଲା। ରବିବାର ସନ୍ଧ୍ୟାରେ ରମେଶ ଘରେ ଥିବା ସମୟରେ ବିକ୍ରମ ନିଶାସକ୍ତ ଅବସ୍ଥାରେ ଆସି ଗାଳିଗୁଲଜ କରିଥିଲା। ରମେଶ ପ୍ରତିବାଦ କରିବାରୁ ବିକ୍ରମ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲା। ଫଳରେ ରମେଶ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରମେଶଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ବିକ୍ରମକୁ ଗିରଫ କରି କୋର୍ଟ ଚାଲାଣ କରିଛି।
୯ ଜୁଆଡ଼ି ଗିରଫ, ଲକ୍ଷେ ଟଙ୍କା ଜବତ
ଭୁବନେଶ୍ବର : ୟୁନିଟ୍-୯ ରୋଡ୍ ନଂ-୮ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଚଢ଼ଉ କରି ଖାରବେଳନଗର ଥାନା ପୁଲିସ ୯ଜୁଆଡ଼ିଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୧ଲକ୍ଷ ୩୯ ହଜାର ଟଙ୍କା ଜବତ କରିଛି। ସୋମବାର ଅପରାହ୍ଣ ପ୍ରାୟ ସାଢ଼େ ୪ ଟା ସମୟରେ ୟୁନିଟ୍-୯ ରୋଡ୍ ନମ୍ବର-୮ ନିକଟରେ ଥିବା ଏକ ଘରେ ଜୁଆ ଆଡ଼ା ଚାଲିଥିବା ପୁଲିସ ଖବର ପାଇଥିଲା। ଅପରାହ୍ଣ ପ୍ରାୟ ୫ଟାରେ ପୁଲିସର ଏକ ଟିମ୍ ତୁରନ୍ତ ସେଠାରେ ପହଞ୍ଚି ଚଢ଼ଉ କରିଥିଲା। ପୁଲିସ ସେଠାରୁ ୯ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଥିଲେ। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/ara.jpg)