ଦୋକାନୀଙ୍କୁ ଆକ୍ରମଣ : ଯୁବକ ଗିରଫ ଓ କଟୁରି ଜବତ

ଭୁବନେଶ୍ବର : ଦୋକାନୀକୁ କଟୁରିରେ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ପଥରବନ୍ଧ ବସ୍ତିର ବିକି ନାୟକ(୨୦)କୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ କଟୁରି ଜବତ କରିଛି। ପୁଲିସ ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ବିକି ନିଶାସକ୍ତ ଅବସ୍ଥାରେ ସହିଦନଗର ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ରଘୁନାଥ ମୁଦୁଲି ନାମକ ଜଣେ ଦୋକାନୀଙ୍କୁ ଗାଳିଗୁଲଜ କରିଥିଲା। ରଘୁନାଥ ଏହାର ପ୍ରତିବାଦ କରିବାରୁ ସେ ତାଙ୍କୁ କଟୁରିରେ ଆକ୍ରମଣ କରିଥିଲା। ଏଥିରେ ରଘୁନାଥଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ତାକୁ କାବୁ କରିବାକୁ ଚେଷ୍ଟା କରିବାରୁ ସେମାନଙ୍କୁ ମଧ୍ୟ ସେ କଟୁରି ଧରି ଗୋଡ଼ାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରୁ ରଘୁନାଥକୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ବହୁ କସରତ ପରେ ବିକିକୁ କାବୁ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଆଜି ତାକୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର