ଛାତ୍ରୀଙ୍କୁ ଦୁର୍ବ୍ୟବହାର, ଯୁବକ ଗିରଫ

ଜଟଣୀ : ଜଟଣୀସ୍ଥିତ ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବାରିକ ସାହିର ରାଜେଶ ବେହେରା (୨୫)। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଛାତ୍ରୀଜଣଙ୍କ ବିଶ୍ୱବିଦ୍ୟାଳୟରୁ ଏକ ଅଟୋରେ ଯାଉଥିବା ବେଳେ ଜଟଣୀ ହନୁମାନ ବାଟିକା ଛକ ନିକଟରେ ରାଜେଶ ତାକୁ ଅଟକାଇଥିଲା। ରାଜେଶ ଉକ୍ତ ଯୁବତୀଙ୍କୁ ଜୋର୍‌ଜବରଦସ୍ତ ନିଜ ବାଇକ୍‌ରେ ବସାଇବା ପାଇଁ ଉଦ୍ୟମ କରିବା ସହ ଟଣାଓଟରା କରିଥିଲା। ଏହି ସମୟରେ ସ୍ଥାନୀୟ କିଛି ଲୋକ ଛାତ୍ରୀଙ୍କ ପାଟି ଶୁଣି ରାଜେଶକୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ଏନେଇ ଜଟଣୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଆଜି ରାଜେଶକୁ କୋର୍ଟଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଦେବଦତ୍ତ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର