ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଯୁବକ ଗିରଫ

ଚନ୍ଦ୍ରଶେଖରପୁର : ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଶିଖରଚଣ୍ଡୀ ବସ୍ତିର ମନୋଜ ଆଚାର୍ଯ୍ୟ ନାମକ ଜଣେ ଯୁବକକୁ ଗିରଫକରି କୋର୍ଟ ଚାଲଣ କରିଛି। ମନୋଜ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହିତ ଅଶାଳୀନ ବ୍ୟବହାର ନେଇ ଅଭିଯୋଗ ହୋଇଥିଲା। ଉକ୍ତ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଥିଲା। ଅପରପକ୍ଷରେ ମନୋଜକୁ କୋର୍ଟ ଚାଲାଣ କରାଯାଉଥିବା ବେଳେ ସେ ନିର୍ଦ୍ଦୋଷ ଓ ମହିଳାଜଣଙ୍କ ତାଙ୍କୁ ଫସାଇଦେବା ସହ ମିଥ୍ୟା ଅଭିଯୋଗ କରିଥିବା ଅଭିଯୁକ୍ତ ଜଣଙ୍କ କହିଥିଲା।

ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ
ଭୁବନେଶ୍ୱର : ସାମାନ୍ୟ କଥାରୁ ଗଣ୍ଡଗୋଳ କରି ଜଣକୁ ଆକ୍ରମଣ କରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଲକ୍ଷ୍ମଣ ସେଠୀ ନାମକ ଜଣେ ଯୁବକକୁ ଗିରଫ କରିଛି। ବୁଧବାର ରାତି ପ୍ରାୟ ୯.୩୦ରେ ସତ୍ୟନଗର ଛକ ନିକଟରେ କୌଣସି କଥାକୁ ନେଇ ଭାସ୍କର ମହାନ୍ତି ଓ ଲକ୍ଷ୍ମଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ହଠାତ ଲକ୍ଷ୍ମଣ ଉତ୍ତ୍ୟକ୍ତ ହୋଇ ଭାସ୍କରଙ୍କୁ ଆକ୍ରମଣ କରିଥିଲା। ଏନେଇ ଭାସ୍କର ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର