ନାବାଳିକାକୁ ଅସଦାଚରଣ ଉଦ୍ୟମ; ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର : ଏୟାରଫିଲ୍‌ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଜଣେ ୧୨ବର୍ଷର ନାବାଳିକାକୁ ଅସଦାଚରଣ ଉଦ୍ୟମ ହୋଇଛି। ଏନେଇ ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲା ସେହି ଥାନା ଅନ୍ତର୍ଗତ ଯୋଗେଶ୍ୱର ପାଟଣାର ପ୍ରସନ୍ନ ବେହେରା(୨୨)। ନାବାଳିକାକୁ ଚକେଲେଟ୍‌ ଦେବା ବାହାନାରେ ଏକ ଦୋକାନ ପଛ ପଟକୁ ଡାକି ଅସଦାଚରଣ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ପ୍ରସନ୍ନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର