୨୩ଲକ୍ଷ ଠକେଇ ଅଭିଯୋଗରେ ଯୁବକ ଗିରଫ

ଚନ୍ଦ୍ରଶେଖରପୁର : ବିଭିନ୍ନ ଲୋକଙ୍କଠାରୁ ପ୍ରାୟ ୨୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ଠକକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା ଅଭିଷେକ କୁମାର ରାମ(୩୦)। ସେ ଏକ ଘରୋଇ ଚିଟ୍‌ଫଣ୍ଡ ସଂସ୍ଥା କରି କିଛି ଲୋକଙ୍କଠାରୁ ମୋଟ୍‌ ୨୩ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପୁଲିସ୍‌ ଅଭିଷେକକୁ ରବିବାର ବିଳମ୍ବିତ ରାତିରେ ଗିରଫକରି ଆଜି ଜେଲ୍‌ ପଠାଇଛି। ଅଭିଷକର ଘର ମୟୂରଭଞ୍ଜ ଜିଲ୍ଲା ବାରିପଦାର ଓ୍ଵାର୍ଡ ନମ୍ବର ୪ ଲାଲ୍‌ବଜାର ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ସେଠାକାର କିଛି ଲୋକଙ୍କୁ ଠକି ଭୁବନେଶ୍ୱର ପଳାଇ ଆସି ଡିଷ୍ଟ୍ରିକ୍‌ ସେଣ୍ଟର୍‌ ଅଞ୍ଚଳରେ ଲୁଚି ରହିଥିଲା। କୌଣସି ଏକ ସୂତ୍ରରୁ ଖବରପାଇ ପୁଲିସ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ପୁଲିସ୍‌ ଏହି ଠକେଇ ଘଟଣାର ତଦନ୍ତ କରି ସତ୍ୟାସତ ଜାଣିବାପାଇଁ ଚେଷ୍ଟା ଚଳାଇଛି।

ସମ୍ବନ୍ଧିତ ଖବର