ମଞ୍ଚେଶ୍ବର : ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ
ଭୁବନେଶ୍ବର : ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ସେ ହେଲା ଯାଜପୁର ଜିଲ୍ଲା ମଙ୍ଗରାଜପୁର ଅଞ୍ଚଳର ଲାକୁନ ମଲ୍ଲିକ(୨୩)। ସେ ଭୁବନେଶ୍ବରରେ ରହେ। କୌଣସି କାରଣକୁ ନେଇ ସ୍ଥାନୀୟ ଜଗନ୍ନାଥନଗର ଲେନ୍-୯ରେ ରହୁଥିବା ଜଣେ ମହିଳାଙ୍କ ସହ ଲାକୁନ୍ର ବିବାଦ ଥିଲା। ଗତ ୧୯ ତାରିଖ ସନ୍ଧ୍ୟାରେ ଲାକୁନ୍ ସମ୍ପୃକ୍ତ ମହିଳାଙ୍କ ଘରକୁ ଯାଇ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିଲା। ଏ ନେଇ ମହିଳା ଜଣକ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ।