ଏୟାର ଫିଲଡ୍‌ ଥାନା ଅଧିନ ପଞ୍ଚପଲ୍ଲୀ ଗ୍ରାମରେ ଶିବ ମନ୍ଦିର ପୂଜକଙ୍କୁ ଗାଳି କରି ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର : ଏୟାର ଫିଲଡ୍‌ ଥାନା ଅଧିନ ପଞ୍ଚପଲ୍ଲୀ ଗ୍ରାମରେ ଶିବ ମନ୍ଦିର ପୂଜକଙ୍କୁ ଗାଳି କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ସେହି ଗ୍ରାମର ଅକ୍ଷୟ ସାହୁ(୫୫)। ପୁଲିସ ସୂଚନା ଅନୁଯାୟୀ ଗ୍ରାମର ଶିବ ମନ୍ଦିରରେ ପୂଜା କରୁଥିବା ରଞ୍ଜନ ମହାପାତ୍ରଙ୍କ ସହ ଅକ୍ଷୟଙ୍କ ଏକ ଜମିକୁ କେନ୍ଦ୍ର କରି ଝଗଡ଼ା ଲାଗିଥିଲା। ଏହାକୁ ନେଇ ରଞ୍ଜନଙ୍କୁ ଅକ୍ଷୟ ଗାଳି କରିଥିଲେ। ଏନେଇ ଅଭିଯୋଗ ପରେ ଆଜି ପୁଲିସ ଅକ୍ଷୟକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର