ଭୁବନେଶ୍ୱର : ଗୁରୁବାର ସନ୍ଧ୍ୟାରେ ଭିଏସ୍ଏସ୍ନଗର ଛକରେ ସୁନିତା ସରକାର ନାମକ ଜଣେ ମହିଳାଙ୍କୁ ଆକ୍ରମଣ ହୋଇଛି। ଏନେଇ ସୁନିତା ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି।
ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଭିଏସ୍ଏସ୍ନଗରର ଏକ ପାର୍କର ରକ୍ଷଣାବେକ୍ଷଣ ପାଇଁ ତାଙ୍କୁ ବିଏମ୍ସି ପକ୍ଷରୁ ଦାୟିତ୍ୱ ଦିଆଯାଇଥିଲା। ଗତକାଲି ସେ ଘରେ ନଥିବା ସୟମରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ପାର୍କକୁ ଯାଇ ଜିନିଷପତ୍ର ଭଙ୍ଗାରୁଜା କରିବା ସହ କେତେକ ଜିନିଷ ବାହାରକୁ ଫୋପାଡ଼ି ଦେଇଥିଲା। ସ୍ଥାନୀୟ ଅଞ୍ଚଳର ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ସୁନିତା ଏ ନେଇ ପୁଲିସକୁ ଜଣାଇଥିଲେ।
ଏଥିରେ ଯୁବକ ଜଣଙ୍କ ଉତ୍ତ୍ୟକ୍ତ ହୋଇ ସନ୍ଧ୍ୟା ପ୍ରାୟ ୬ଟାରେ ସାଙ୍ଗମାନଙ୍କ ସହିତ ଘରକୁ ଫେରୁଥିବା ସୁନିତାଙ୍କୁ ଗୋଇଠା ମାରିଥିଲା। ସୁନିତା ତଳେ ପଡ଼ିଯାଇଥିଲେ। ଏହାପରେ ଯୁବକ ଜଣଙ୍କ ସୁନିତାଙ୍କୁ ଉଠାଇ ଗୋଇଠା ଓ ଚାପୁଡ଼ା ମାରିଥିଲା। ଯୁବକର ଏଭଳି କାଣ୍ଡ ଦେଖି ସାଙ୍ଗରେ ଥିବା ମହିଳାମାନେ ଭୟରେ ଦୌଡ଼ିଥିଲେ। ଯୁବକ ଜଣଙ୍କ ମାଡ଼ ମାରିବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/attacl.jpg)