ଘର ଆଗରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ଅଧେଇଖାଲ ବସ୍ତିରେ ଦୀପକ ଆଚାର୍ଯ୍ୟ ନାମକ ଜଣେ ଯୁବକଙ୍କୁ ତାଙ୍କ ଘର ସମ୍ମୁଖରେ କିଛି ଦୁର୍ବୃତ୍ତ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଦୀପକଙ୍କ ମୁଣ୍ଡ, ହାତ, ବେକ ଓ ଗୋଡ଼ରେ ଶକ୍ତ ଚୋଟ ପଡ଼ିଛି। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି। ପୂର୍ବ ଶତ୍ରୁତାକୁ ନେଇ କେନ୍ଦ୍ରକରି ଏଭଳି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଦୀପକ ନିଜ ଘର ଆଗରେ ଠିଆ ହୋଇଥିଲେ। ହଠାତ ୩ ଜଣ ଯୁବକ ଏକ ବାଇକ୍‌ରେ ଆସି ଦୀପକଙ୍କୁ ଏଭଳି ଆକ୍ରମଣ କରିଥିଲେ। ଦୀପକ ଅଚେତ ହୋଇ ତଳେ ପଡ଼ିଯିବା ପରେ ଆକ୍ରମଣକାରୀମାନେ ସେଠାରୁ ଚମ୍ପଟ ହୋଇ ଯାଇଥିଲେ। ଏ ନେଇ ଦୀପକଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଏଠାରେ ପ୍ରକାଶଥାଉକି, ଦୀପକଙ୍କୁ ଦୁଇ ବର୍ଷ ତଳେ ଶ୍ରୀଲିଙ୍ଗରାଜ ଥାନା ଅଧୀନ ନାଗେଶ୍ୱରଟାଙ୍ଗୀ ଅଞ୍ଚଳରେ ଏଭଳି ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଦୀପକ ହେଉଛନ୍ତି ବିରଞ୍ଚି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜା ଆଚାର୍ଯ୍ୟଙ୍କ ଭାଇ।

ସମ୍ବନ୍ଧିତ ଖବର