ଯୁବକଙ୍କ ଉନ୍ମତ୍ତ କାଣ୍ଡ : ରାଗରେ ଆସି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ କାମୁଡ଼ି ଦେଲେ, ବାନ୍ଧିଲା ପୁଲିସ୍

ଥୁରୁବନନ୍ତପୁରମ: କେରଳର ତ୍ରିସୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଆଉ ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ କାମୁଡ଼ି ଦେଇ ଅବସ୍ଥା ଗୁରୁତର କରିଥିବା ଅଭିଯୋଗ ହୋଇଛି।

ଏଭଳି ଏକ ଅଭାବନୀୟ ଘଟଣା ତ୍ରିସୁର ଜିଲ୍ଲା କୁନ୍ନାଥୁରରେ ଘଟିଛି। ଏଠାରେ ଥିବା ଏକ ବାରକୁ ୨୮ବର୍ଷୀୟ ସରିଫ ଆସିଥିଲେ। ତେବେ ଗାଡ଼ି ପାର୍କିଂ କରୁଥିବା ସମୟରେ ପୂର୍ବରୁ ପାର୍କିଂ ହୋଇଥିବା ୫୦ବର୍ଷୀୟ ସୁଲେମାନଙ୍କ କାର ସହିତ ତାଙ୍କ କାର ଧକ୍କା ହୋଇଯାଇଥିଲା। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା।

Image result for /youth-cuts-private-part-of-another-man

ଏଥିରେ ସରିଫ କ୍ରୋଧିତ ହୋଇ ସୁଲେମାନଙ୍କୁ ଧକ୍କା ଦେବା ସହିତ ତାଙ୍କ ଗୁପ୍ତାଙ୍ଗକୁ କାମୁଡ଼ି ଦେଇଥିଲେ। ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିଥିବା ଦେଖି ଘଟଣାସ୍ଥଳକୁ ଅନ୍ୟ ଲୋକମାନେ ଦୌଡ଼ି ଆସି ସରିଫଙ୍କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲୋକମାନେ ତାଙ୍କୁ କାବୁ କରି ନପାରିବାରୁ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସରିଫଙ୍କୁ ଗିରଫ କରିଥିଲା। ଗିରଫ ସରିଫଙ୍କ ଘର ଫେରୁମ୍ବାଦପୁରେ ହୋଇଥିବା ବେଳେ ସୁଲେମାନ ପୁନ୍ନୁକ୍କାବୁରେ ବସବାସ କରନ୍ତି।

ଏଥିସହିତ କ୍ଷତାକ୍ତ ସୁଲେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୁଲେମାନଙ୍କ ଗୁପ୍ତାଙ୍ଗର ଡାକ୍ତର ସର୍ଜରୀ କରିବା ପରେ ସେ ବିପଦ ମୁକ୍ତ ଥିବା ଚିକିତ୍ସା କରିଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର