ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ହୋସଙ୍ଗାବାଦରେ ଏକ ଦୁଃଖଦ ଘଟଣା ଘଟିଛି। ରେଳ ଧାରଣା ପାଖରେ ଛିଡ଼ା ହୋଇ ଭିଡିଓ ପ୍ରସ୍ତୁତ କରୁଥିବା ସମୟରେ ଚାଲିଗଲା ଯୁବକଙ୍କ ଜୀବନ।
ପଥରୋଟା ଥାନା ଅଧିକାରୀ ନାଗେଶ ବର୍ମା କହିଛନ୍ତି, ସଞ୍ଜୁ ଓ ତାଙ୍କର ଜଣେ ନାବାଳକ ସାଙ୍ଗ ବେତୁର ରାସ୍ତାରେ ଥିବା ସରଦଦେବ ବାବା ରେଲୱେ ଫାଟକକୁ ଗତ ରବିବାର ସନ୍ଧ୍ୟାରେ ଯାଇଥିଲେ। ସଞ୍ଜୁ ସେଠାରେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିବା ପାଇଁ ଝୁମିଝୁମି ରେଳ ଧାରଣା ପାଖକୁ ଯାଇଥିଲେ। ଏତିକି ବେଳେ ଦ୍ରୁତଗତିରେ ଟ୍ରେନ ଆସୁଥିବା ବି ସେ ଦେଖିବାକୁ ପାଇଥିଲେ।
इटारसी के पास एक युवक रेलवे ट्रेक के पास सेल्फी ले रहा था कि ट्रेन की चपेट में आ गया। यह वीडियो सोशल मीडिया पर वायरल हो रहा है।#Viral #ViralVideo pic.twitter.com/BbOyzuJ1Qh
— Hindustan (@Live_Hindustan) November 22, 2021
ଏହା ସତ୍ତ୍ବେ ବି ସେ ଭିଡିଓ କରିବା ନିଶାରେ ଟ୍ରେନକୁ ପଛ କରି ଛିଡ଼ା ହୋଇଥିଲେ। ଠିକ ଏତିକି ବେଳେ ଟ୍ରେନ ସଞ୍ଜୁଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଆଉ ଟ୍ରେନ ଧକ୍କାରେ ସଞ୍ଜୁ କିଛିବାଟ ଛିଟିକି ପଡ଼ିଥିଲେ। ସ୍ଥାନୀୟଲୋକ ଗୁରୁତର ଅବସ୍ଥାରେ ସଞ୍ଜୁଙ୍କୁ ହସ୍ପିଟାଲ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଅର ମୃତ୍ୟୁ ଖବର ପାଇବା ପରେ ସଞ୍ଜୁଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଥିଲା।
ବାରମ୍ବାର ଏଭଳି ଭିଡିଓ ପ୍ରସ୍ତୁତ କରିବା ପାଇଁ ଯୁବପିଢ଼ିଙ୍କୁ ବାରଣ କରାଯାଉଛି। ଏହା ସତ୍ତ୍ବେ ବି ସେମାନଙ୍କ ଖାମଖିଆଲ ମନ ହେତୁ ଏଭଳି ଦୁଃଖଦ ଘଟଣା ଘଟି ଯାଉଛି।