ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଯାଜପୁର ସଦର: ଯାଜପୁର ପୌରପାଳିକା ଅନ୍ତର୍ଗତ ରଘୁନାଥନଗର ଗ୍ରାମ (ବୌଦ୍ୟରାଜପୁର)ର ବାବନା ସେଠୀଙ୍କ ପୁଅ ସୁରେଶ ଚନ୍ଦ୍ର ସେଠୀ (୩୧)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ସୁରେଶ ଆଜି ଚାଉଳ ଉଡାଇବା ପାଇଁ ନିଜ ଘରେ ବିଦ୍ୟୁତ୍‌ ପଙ୍ଖା ସଂଯୋଗ କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ପରିବାର ପକ୍ଷରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର