ଯୁବତୀଙ୍କ ସ୍କୁଟି ଛଡ଼ାଇ ଜେଲ୍‌ ଗଲେ ଯୁବକ

ଧଉଳି : ଯୁବତୀଙ୍କ ସ୍କୁଟି ଛଡ଼ାଇ ନେବା ମାମଲାରେ ଆଜି ଧଉଳି ଥାନା ପୁଲିସ ଜଣେ ଯୁବତୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକଜଣକ ହେଲେ, ସ୍ଥାନୀୟ ଉତ୍ତରା ଫାଣ୍ଡି ଅଧୀନ ମଧୁପୁର ଗ୍ରାମର ଯୁଧିଷ୍ଠିର ଜେନା (୪୦)। ତାଙ୍କ ବିରୋଧରେ ପିପିଲି ଥାନା ଅନ୍ତର୍ଗତ ଆରୁଆ ଗ୍ରାମର ଅର୍ଚନା ଦାସ ନାମ୍ନୀ ଜଣେ ଯୁବତୀ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଧଉଳି ଥାନାରେ ନଂ ୪୨/୧୮ରେ ବଭିନ୍ନ ଦଫାରେ ଏ ସଂପର୍କିତ ମାମଲା ରୁଜୁ ହୋଇଛି। ତେବେ ଯୁଧିଷ୍ଠିରଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଥାନାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନପୁଯାୟୀ, ଦୁଇଜଣଯାକ ଯୁବକ ଯୁବତୀ ପରିଚିତ। ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ମନୋମାଳିନ୍ୟ ହୋଇଥିଲା। ଅର୍ଚ୍ଚନା ଅପରାହ୍‌ଣରେ ସ୍କୁଟି ନେଇ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଯାଉଥିବା ବେଳେ ଉତ୍ତରା ଛକ ନିକଟରେ ଯୁଧିଷ୍ଠିର ତାଙ୍କୁ ଅଟକାଇ ମାଡ଼ ମାରିବା ସହ ବଳପୂର୍ବକ ସ୍କୁଟି ଛଡ଼ାଇ ନେଇଥିବା ଥାନାରେ ସେ ଅଭିଯୋଗରେ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର