ବାଇକ୍‌କୁ ଧକ୍କା ଦେଲା କାର୍‌, ଯୁବକ ଗୁରୁତର

ପୁରୁଣା ଭୁବନେଶ୍ୱର : ଏୟାର ଫିଲଡ୍‌ ଥାନା ଅଧୀନ ଓରକଳ ଗ୍ରାମରେ ଆଜି ପ୍ରାୟ ରାତି ସାଢ଼େ ୧୦ଟାରେ କାର ସହ ବାଇକ୍‌ ଧକ୍କା ହେବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଲେ, ସ୍ଥାନୀୟ ହାଇଟେକ୍‌ ଅଞ୍ଚଳର ରାଜେଶ ମଲିକ୍‌(୨୦)। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ରାଜେଶ ତାଙ୍କ ବାଇକ୍‌ରେ ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ଓରକଳ ଗ୍ରାମ ଛକଠାରେ ଥିବା ରାସ୍ତାର ଏକ ମୋଡ଼ ନେବା ବେଳେ ଏକ କାର୍‌ (ଓଡି୩୩ଏଚ୍‌୬୪୭୬) ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସେ ନିକଟରେ ଥିବା ଏକ ପୋଖରୀରେ ପଡ଼ି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଇଥିଲେ। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର