ପାରା ଅଣ୍ଡା ଖାଇବା ଜିଦ୍‌ ଯୁବକଙ୍କୁ ମହଙ୍ଗା ପଡ଼ିଲା, ୮ ମହଲାରୁ ଡେଇଁ କଲେ ଆତ୍ମହତ୍ୟା

ପୁନେ: ମହାରାଷ୍ଟ୍ରର ପୁନେରେ ଜଣେ ଯୁବକଙ୍କୁ ପାରା ଅଣ୍ଡା ଖାଇବା ମହଙ୍ଗା ପଡ଼ିଛି। ୮ଟି ପାରା ଅଣ୍ଡା ଖାଇ ୮ ମହଲାରୁ ଡେଇଁ ଯୁବକ ଆତ୍ମହତ୍ୟା କରିଥିବା ପତ୍ନୀ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ପାରା ଅଣ୍ଡା ଖାଇ ମୃତ୍ୟୁ ହୋଇଥିବା ଯୁବକ ନାମ ଅର୍ଣ୍ଣବ ମୁଖୋପାଧ୍ୟାୟ ବୟସ ୩୫ ବର୍ଷ । ସେ ପୁନେର ବିମାନନଗରରେ ଥିବା ଏକ ଫ୍ଲାଟର ୮ ମହାଲାରେ ବାସବାସ କରନ୍ତି । ଏବଂ ବିମାନନଗରର ଭୋଡାଫୋନ୍‌ କମ୍ପାନିରେ ଅବର୍ଣ୍ଣ କାମ କରୁଥିଲା।

ମୃତ ଅବର୍ଣ୍ଣଙ୍କ ପତ୍ନୀଙ୍କ କହିବାନୁସାରେ, ସେ ରହୁଥିବା ମହଲାରେ କିଛି ପାରା ବସା ବାନ୍ଧି ଥିଲେ। ଅବର୍ଣ୍ଣ ହଠାତ୍‌ ପାରା ବସା ଭିତରେ ଥିବା ଅଣ୍ଡାକୁ ଖଇବାକୁ ଇଚ୍ଛା କରିଥିଲେ। ପତ୍ନୀ କିନ୍ତୁ ଏପରି କରିବାକୁ ଯେତେ ମନା କରିଥିଲେ ବି ସେ କୌଣସି କଥା ନଶୁଣି ପାରା ଅଣ୍ଡା ଆଣି ଅମଲେଟ ବନାଇ ମଦ ସହ ଖାଇଥିଲେ। ଅଣ୍ଡା ଖାଇବାର କିଛି ମୂହୂର୍ତ୍ତ ପରେ ଅର୍ଣ୍ଣବ ପାଗଳପ୍ରାୟ ହେବାକୁ ଲାଗିଲେ। ପତ୍ନୀ ତାଙ୍କୁ ଯେତେ ଅଟକାଇବାକୁ ଚେଷ୍ଟା କରିଥିଲେ ସେ ବାଲକନୀ କବାଟ ଖୋଲି ହଠାତ୍‌ ୮ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଆତ୍ମହତ୍ୟା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର