ତିରୁଅନନ୍ତପୁରମ୍: ଲୋଭରୁ କ୍ଷତି। ଏକଥା ଉଣା ଅଧିକେ ପ୍ରାୟତଃ ସମସ୍ତେ ଜାଣିଛନ୍ତି। ତଥାପି ଆମ ସମାଜରେ ଲୋଭର ବଶବର୍ତ୍ତୀ ହୋଇ ଅନେକ ଲୋକ ଧନ-ଜୀବନ ହରାଉଛନ୍ତି। ସାଂପ୍ରତିକ ସମୟରେ ପ୍ରତିଦିନ ସାଇବର ଠକାମୀର ଶିକାର ହେଉଛନ୍ତି ଅନେକ ଲୋକେ। ସାଇବର ଠକାମୀର ଶିକାର ହୋଇ ଲୋକେ ଲକ୍ଷଲକ୍ଷ ଟଙ୍କା ହରାଉଛନ୍ତି। ବିଶେଷ ଭାବରେ ସାଇବର ଜାଲରେ ଫସୁଛନ୍ତି ଯୁବଗୋଷ୍ଠୀ ଓ ଲୋଭୀ ଶ୍ରେଣୀର ଲୋକ। ଏବେ ପୁଣି ଏଭଳି ଏକ ସାଇବର ଠକାମୀ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ମାସ ଯାକ ଧରି ଏକ ଠକାମୀର ଶିକାର ହେବା ପରେ ବି ସେ ବିଷୟରେ କିଛି ବି ଜାଣିପାରିଲେ ନାହିଁ, ଯାହା ସମସ୍ତଙ୍କୁ ବିସ୍ମିତ କରୁଛି।
ଏହି ପାଠ ପଢ଼ନ୍ତୁ: ଜିଲ୍ଲାପାଳଙ୍କ ନାମରେ ଆଇଡି ଖୋଲି ସରପଞ୍ଚଙ୍କୁ ଚୁନା ଲଗାଇଲେ
କେରଳର ଜଣେ ଯୁବକ ସାଇବର ଜାଲରେ ଫସି ୮୨ ଲକ୍ଷ ଟଙ୍କା ହରାଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରାଜଧାନୀ ତିରୁଅନନ୍ତପୁରମର ୪୨ ବର୍ଷୀୟ ଯୁବକ ଜଣକ ଏହି ଠକାମୀର ଶିକାର ହୋଇଛନ୍ତି।
ଏହି ପାଠ ପଢ଼ନ୍ତୁ: ଦିନିକିଆ ସିରିଜ୍ ଜିତିଲା ପାକିସ୍ତାନ
ସାଇବର ଠକେଇରୁ ବର୍ତ୍ତିବା ପାଇଁ ଆମକୁ ସତର୍କ ରହିବାର ଅଛି। ଯଦି କୌଣସି ମୋବାଇଲରୁ ମେସେଜ, ଆସୁଛି ଏହାରି ଉତ୍ତର ନଦେବା ଭଲ। ଠିକ୍ ସେହିପରି ଯଦି ହ୍ବାଟ୍ସଆପ୍ରେ କୌଣସି ଲିଙ୍କ୍ ଆସୁଛି, ତା’ହେଲେ ଏହାରି ଉପରେ ଟ୍ରାପ୍ କରନ୍ତୁ ନାହିଁ। ସାଇବର ଠକମାନେ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ଟାର୍ଗେଟ୍ କରିପାରନ୍ତି। ତେଣୁ ଏଥିରୁ ବର୍ତ୍ତିବା ପାଇଁ ସତର୍କ ହିଁ ସବୁଠାରୁ ବଳିଷ୍ଠ ମାଧ୍ୟମ।
ସୂଚନା ଅନୁସାରେ, ପୀଡ଼ିତ ଜଣକ ଏକ ନକଲି ଟ୍ରେଡିଂ ଜାଲରେ ଫସି ଏତେ ଟଙ୍କା ହରାଇ ବସିଛନ୍ତି। ସେ ଅକ୍ଟୋବର ୪ରୁ ନଭେମ୍ବର ୪ ମଧ୍ୟରେ ୧୩ଟି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଥରଥର କରି ଟଙ୍କା ଟ୍ରାନସଫର୍ କରିଥିଲେ।
ଏହି ପାଠ ପଢ଼ନ୍ତୁ: ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ହେବ
କିନ୍ତୁ ଯେତେବେଳେ ସେ ନିବେଶ ଟଙ୍କା ମାଧ୍ୟମରେ କିଛି ବି ଫେରସ୍ତ ପାଇଲେ ନାହିଁ ତା’ପରେ ବୁଝିଗଲେ କି ଅନଲାଇନ୍ ଠକାମୀର ଶିକାର ହୋଇଛନ୍ତି। ତାପରେ ବ୍ୟକ୍ତି ଜଣକ ଏ ନେଇ ସାଇବର ଥାନାରେ ଅଭିଯୋଗ ଆଣିଛନ୍ତି। ଏବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ପାଠ ପଢ଼ନ୍ତୁ: ଅନ୍ଲାଇନ୍ ଠକେଇ ପାଇଁ ବ୍ୟାଙ୍କ୍ ଦାୟୀ ନୁହେଁ