ରାଜସ୍ଥାନ ମନ୍ଦିର ନିକଟରେ ମାଛ ଧରାକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଗଣ୍ଡଗୋଳରେ ଉଡ଼ିିଗଲା ଜଣେ ମୁସଲମାନ୍‌ ଯୁବକଙ୍କ ପ୍ରାଣବାୟୁ

ରାଜସ୍ଥାନ: ରାଜସ୍ଥାନରେ ମୋବ ଲଞ୍ଚିଂର ଘଟଣା ଥମିବାର ନାମ ହିଁ ନେଉ ନାହିଁ। ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, କେତେଜଣ ମୁସଲମାନ୍‌ ଯୁବକଙ୍କ ଦ୍ୱାରା ମାଛ ମାରିବାକୁ ନେଇ ସେହିଗ୍ରାମର ଏକ ସମୁଦାୟର କିଛି ଲୋକ ସେମାନଙ୍କ ଉପରେ ଅକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ମୁସଲମାନ୍‌ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ ଓ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ମୁସଲମାନ ଯୁବକଙ୍କ ନାମ ଅଜହର ଖାନ୍‌ ବୋଲି ଜଣାପଡ଼ିଛି। କିନ୍ତୁ ଏହି ଘଟଣାରେ ସମ୍ପୃକ୍ତ ଥିବା କାହାକୁ ହେଲେ ପୁଲିସ ଏଯାବତ୍‌ ଗିରଫ କରି ନାହିଁ।

ସୂଚନାଯୋଗ୍ୟ, ରାଜସ୍ଥାନର ଚିତୋଡଗଡ଼ ଜିଲ୍ଲାର ଖେଡି ଗ୍ରାମରେ ଏଭଳି ଏକ ଘଟିଥିଲା। ରୁପାରେଲ ନଦୀ କୂଳରେ ବନିଥିବା ଏକ ମନ୍ଦିର ନିକଟକୁ ସେପ୍ଟେମ୍ବର ୧୭ରେ ଅଜହର ଖାନ୍‌ (୨୨) ଅନ୍ୟ ତିନିଜଣ ଯୁବକ ଶାହନବାଜ ଖାନ୍‌ (୨୩), ନୌଶାଦ ଖାନ୍‌ (୪୭) ଓ ଅନବର ଖାନ୍‌ (୪୧)ଙ୍କ ସହିତ ମାଛ ମାରିବାକୁ ଯାଇଥିଲେ। ଏହି ସମୟରେ ଏକ ସମୁଦାୟର ଲୋକମାନେ ଏମାନଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଫଳରେ ଘଟଣାସ୍ଥଳରୁ ସମସ୍ତେ ଫେରାର ହୋଇ ଯାଇଥିବା ବେଳେ ଅଜହର୍‌ ଖାନ୍‌ ଗୋଡ଼ ଖସି ଯାଇଥିଲା ଓ ସେ ତଳେ ପଡ଼ି ଯାଇଥିଲା। ଗ୍ରାମବସୀ ଅଜହର୍‌କୁ ନିସ୍ତୁକ ମାଡ ମାରିଥିଲେ ଫଳରେ ଗୁରୁତର ଅବସ୍ଥାରେ ଅଜହରକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ସେପ୍ଟେମ୍ବର ୨୨ରେ ଉଦୟପୁର ସରକାରୀ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ନେଇ ମାମଲା ରୁଜୁ ହେବା ପରେ ପୁଲିସ କେତେଜଣଙ୍କୁ ନେଇ ପଚରାଉଚରା କରିଥିଲେ ହେଁ ଏଯାବତ୍‌ କାହାରିକୁ ଗିରଫ କରି ନାହିଁ।

ସମ୍ବନ୍ଧିତ ଖବର