ମଦ ନ ମିଳିବାରୁ ସାନିଟାଇଜର୍‌ ପିଇ ଦେଲେ ମାଆ ପୁଅ, ଦୁହେଁ ମୃତ

‌ହାଇଦ୍ରାବାଦ୍‌: ତେଲେଙ୍ଗାନାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୨୪ ବର୍ଷିଅ ଯୁବକ ଓ ତାଙ୍କ ୫୨ ବର୍ଷୀୟା ବୃଦ୍ଧା ମାଆ ସାନିଟାଇଜର୍‌ ପିଇବାରୁ ଦୁହିଁଙ୍କର ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ସେ ଦୁହେଁ ଯାକ ମଦ୍ୟପ। ସେମାନେ ମଦ ନପାଇବାରୁ ସାନିଟାଇଜର୍‌ ପିଇ ଦେଇଥିଲେ। ଫଳରେ ସେମାନଙ୍କ ମୃତ୍ୟୁ ଘଟିଛି।

ଏହି ଘଟଣାଟି କଡପା ଜିଲ୍ଲାର ଚେନୁର ମଣ୍ଡଲ ହେଡ୍‌କ୍ବାଟର୍‌ ଟାଉନ୍‌ର ୟେଲମ୍ମା ଗୁଡି ଷ୍ଟ୍ରିଟ୍‌ରେ ଘଟିଥିବା ଜାଣିବାକୁ ମିଳିଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ପୀଡ଼ିତ ଶ୍ରୀତମ ନାୟକ ଏବଂ ତାଙ୍କ ମାଆ ବିଜୟାଲକ୍ଷ୍ମୀ ଦୁଇ ଜଣକ ଯାକ ଶ୍ରମିକ କାମ କରନ୍ତି। ସେମାନଙ୍କର ମଦ୍ୟପାନ ଅଭ୍ୟାସ ରହି ଆସିଥିଲା।


Pune Mirror

ରବିବାର ସଂଧ୍ୟାରେ ମାଆ ପୁଅ ଦୁହେଁ ମଦ ଟିକେ ପାଇବାକୁ ବହୁତ ଚେଷ୍ଟା କରି ବି ବିଫଳ ହୋଇଥିଲେ। ସାନିଟାଇଜର୍‌ରେ ଆଲ୍‌କହଲ ରହୁଥିବା କାରଣରୁ ଏହାକୁ ପିଇଲେ ହେବ ବୋଲି ଚିନ୍ତା କରି ମାଆ ପୁଅ ଦୁହେଁ ସାନିଟାଇଜର୍‌ ପିଇ ଦେଇଥିଲେ।

ସେମାନେ ସାନିଟାଇଜର୍‌ ପିଇବା ମାତ୍ରେ ଅଚେତ ହୋଇ ପଡ଼ିଥିଲେ। ସେମାନେ ଅଚେତ ହେବା ପରେ ପଡ଼ିଶାମାନେ ସଙ୍ଗେ ସଙ୍ଗେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସିବା ପରେ ସେ ଦୁଇ ଜଣଙ୍କୁ ହସ୍ପିଟାଲ୍‌ ନିଆ ଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ମାଆ ଓ ପରେ ପୁଅର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁଇ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର