ରାୟଗଡ଼ା : ଗୁଣି ସନ୍ଦେହରେ ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ବାଲାପାଡ଼ୁ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଘାସି ମିଣିଆକା (୪୦)ଙ୍କୁ ସେହି ଗ୍ରାମର ବାବାରାଓ ମିଣିଆକା ଅତି ନୃଶଂସ ଭାବେ ହତ୍ୟା କରିଛି। ଗତ ଶୁକ୍ରବାର ରାତିରେ ହତ୍ୟାକାଣ୍ଡ ଘଟିଥିବା ବେଳେ ପୁଲିସ ଆଜି ଘାସିଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଛି। ଘଟଣା ଲୋକଲୋଚନକୁ ଆସିବା ପରେ ଅଭିଯୁକ୍ତ ବାବାରାଓ ଫେରାର ହୋଇଯାଇଛି। ବାଲାପାଡ଼ୁରେ ଉତ୍ତେଜନା ଲାଗି ରହିଥିବାରୁ ଗ୍ରାମରେ ଫୋର୍ସ ମୁତୟନ କରାଯାଇଛି।
ଗୁଣି ସନ୍ଦେହରେ ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ବାଲାପାଡ଼ୁ ଗ୍ରାମରେ ଯୁବକଙ୍କୁ ହତ୍ୟା
/sambad/media/post_attachments/wp-content/uploads/2019/10/murder5_650_083116071421.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)