ଆଖି ସାମ୍ନାରେ ବାନ୍ଧବୀଙ୍କୁ ଦୁଷ୍କର୍ମ ହେଉଥିବା ଦେଖି ଯୁବକ ଆତ୍ମହତ୍ୟା କଲେ

ରାୟପୁର୍‌ : ଛତିଶଗଡରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମର୍ମାହତ ହୋଇଯିବେ । ଏଠାରେ ଜଣେ ୧୯ ବର୍ଷୀୟ ଯୁବକଙ୍କ ଆତ୍ମହତ୍ୟାର କରିବାର କାରଣ ଜଣା ପଡିବା ପରେ ସମସ୍ତେ ଦୁଃଖୀ ହୋଇପଡ଼ିଛନ୍ତି । ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା। ନିଜ ପୁଅର ଅତ୍ମହତ୍ୟା କରିବା କାରଣ ଜାଣିବା ପାଇଁ ପିତାମାତା ପୁଲିସରେ ଚକ୍କର କାଟୁଥିଲେ । ଯେତେ ବେଳେ ତାଙ୍କ ପୁଅର ମୃତ୍ୟୁର କାରଣ ସାମ୍ନାକୁ ଆସିଲା,ତାଙ୍କ ପାଦ ତଳୁ ମାଟି ଖସିଗଲା । ଯୁବକଙ୍କ ସାମ୍ନାରେ ତାଙ୍କ ବାନ୍ଧବୀଙ୍କ ସହ ଦୁଷ୍କର୍ମ କରାଗଲା ଓ ତାଙ୍କୁ ଏହା ଦେଖିବା ପାଇଁ ବାଧ୍ୟ କରାଗଲା। ଏହାକୁ ସହି ନ ପାରି ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିଲେ । ଏହି ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ଜଣେ ନାବାଳକ ଛତିଶଗଡର କୋରବା ଥାନାରେ ପହଞ୍ଚଥିଲା । ସେ ଯେଉଁ କାହାଣୀ ବର୍ଣ୍ଣନା କଲା, ତାହା ଶୁଣି ପୁଲିସର ବି ଲୋମ ଟାଙ୍କୁରି ଉଠିଲା ।

ନାବାଳକଟିର କହିବା ଅନୁଯାଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଉଥିଲା ଓ ଏହି ଦୃଶ୍ୟକୁ ଦେଖିବା ପାଇଁ ତାଙ୍କ ପୁରୁଷ ବନ୍ଧୁଙ୍କୁ ବାଧ୍ୟ କରାଯାଉଥିଲା । ଏହା ସହ ଦୁଷ୍କର୍ମକାରୀମାନେ ଯୁବକକୁ ପିଟିପିଟି ଦରମଲା କରିଦେଇଥିଲେ । ନାବାଳକ ଜଣଙ୍କ ପୁଲିସକୁ କହିଥିଲା ମୁଁ ରାସ୍ତାରେ ଏକା ଯାଉଥିବା ବେଳେ ଯୁବତୀଙ୍କୁ ଯୁବକ ଜଣଙ୍କ ଘରେ ଛାଡିବା ପାଇଁ ଅଫର୍‌ ଦେଉଥିଲେ । ଏହି ସମୟରେ ଅନ୍ୟପଟୁ ବାଇକ୍‌ରେ ଦାସ୍‌ ଓ କନ୍‌ଓ୍ଵାର ନାମକ ଦୁଇ ଅସାମାଜିକ ଯୁବକ ଆସିଥିଲେ। ସେମାନେ ଯୁବକ ଓ ଯୁବତୀଙ୍କୁ ସାଥିରେ ଦେଖି ତାଙ୍କୁ କମେଣ୍ଟ ମାରିଥିଲେ । ଏଥି ସହ ଯୁବକଙ୍କୁ ମାଡ ମାରି ଲହୁ ଲୁହାଣ କରି ଯୁବତୀଙ୍କୁ ତାଙ୍କ ସାମ୍ନାରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ । ଏହି ଦୃଶ୍ୟକୁ ଦେଖିବା ପାଇଁ ତାଙ୍କୁ ବାଧ୍ୟ କରିଥିଲେ । ଏହି ଘଟଣାରେ ମାନସିକ ଭାରସାମ୍ୟ ହରାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର