ଭୁବନେଶ୍ବର: ଆଇନ୍ଜୀବୀଙ୍କୁ ଆକ୍ରମଣ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ରସୁଲଗଡ଼ ଅଞ୍ଚଳର ଟୁଲୁ ସାମନ୍ତରାୟ(୪୧)। ପୁଲିସ ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୯ଟା ସମୟରେ ଆଇନ୍ଜୀବୀ ସମ୍ବିତ୍ ଦାସ ଜିଜିପି କଲୋନି କିମ୍ଭୀରିଆ ବସ୍ତି ଦେଇ ଆସୁଥିଲେ। ଏହି ସମୟରେ ଗାଡ଼ି ହର୍ଣ୍ଣ ବଜାକୁ ନେଇ ଟୁଲୁ ଓ ସମ୍ବିତ୍ଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଟୁଲୁଙ୍କ ରାଗିଯାଇ ସମ୍ବିତ୍ଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏନେଇ ସମ୍ବିତ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଟୁଲୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଆଇନଜୀବୀଙ୍କୁ ଆକ୍ରମଣ, ଯୁବକ ଗିରଫ
/sambad/media/post_attachments/wp-content/uploads/2019/06/arrest09.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)