ଭୁବନେଶ୍ବର: ଚା’ରେ ନିଶା ଦେଇ ଜଣେ ପରୀକ୍ଷାର୍ଥୀଙ୍କଠାରୁ ଲୁଟ୍ପାଟ ହୋଇଥିବା କ୍ୟାପିଟାଲ୍ ଥାନାରେ ଅଭିଯୋଗ ହୋଇଛି। ଲୁଟେରାମାନେ ପରୀକ୍ଷାର୍ଥୀଠାରୁ ଲୁଟପାଟ କରିବା ପରେ ମାର୍କେଟ୍ ବିଲ୍ଡିଂ ନିକଟରେ ଫୋପାଡ଼ି ଚାଲି ଯାଇଥିଲେ। ପିସିଆର ଭ୍ୟାନ୍ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେ ମୟୂରଭଞ୍ଜ ଜିଲ୍ଲା ଭୀମକୁଣ୍ଡ ଅଞ୍ଚଳର ଗିରୀଶ୍ କିସ୍କୁ। ସୂଚନା ମୁତାବକ, ରେଲୱେ ପରୀକ୍ଷା ପାଇଁ ଗିରୀଶ ରବିବାର ସକାଳେ ମୟୂରଭଞ୍ଜରୁ ଆସି ଭୁବନେଶ୍ବର ଷ୍ଟେସନ୍ରେ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଥିବା ଦୁଇଜଣ ଯୁବକ ତାଙ୍କ ସହ ବନ୍ଧୁତା କରିଥିଲେ। ଚା’ ପିଇବା ପାଇଁ ନିକଟ ଏକ ଦୋକାନକୁ ଡାକିଥିଲେ। ସେ ଚା’ ପିଇବାର କିଛି ସମୟ ପରେ ସଂଜ୍ଞାହୀନ ହୋଇଯାଇଥିଲେ। ଏହି ସୁଯୋଗରେ ଲୁଟେରାଦ୍ବୟ ତାଙ୍କୁ ମାର୍କେଟ ବିଲ୍ଡିଂ ନେଇ ଯାଇଥିଲେ। ତାଙ୍କ ପକେଟରୁ ଟଙ୍କା, ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷପତ୍ର ନେଇ ଯାଇଥିଲେ। ଏହାପରେ ତାଙ୍କୁ ସେଠାରେ ଫୋପାଡ଼ି ଫେରାର୍ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଦେଖି ତୁରନ୍ତ ପୁଲିସକୁ ଫୋନ୍ କରିଥିଲେ। ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଆଣିଥିଲା। ତାଙ୍କ ଚେତା ଫେରିବା ପରେ ସେ ଘଟଣା ବିଷୟରେ କହିବା ସହ ଘର ଠିକଣା ଦେଇଥିଲେ। ପୁଲିସ ତାଙ୍କ ପରିବାରଲୋକଙ୍କ ସହ ଯୋଗାଯୋଗ କରିଥିଲା। ପରିବାରଲୋକ ଆସିବା ପରେ ତାଙ୍କୁ ହସ୍ତାନ୍ତର କରାଯାଇଛି।
ଚା’ରେ ନିଶାଦେଇ ଲୁଟ୍
/sambad/media/post_attachments/wp-content/uploads/2019/01/loota.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)