ପୁରୁଣା ଭୁବନେଶ୍ୱର : ଦୁର୍ଦାନ୍ତ ଅପରାଧୀ ତପନ ଖଟେଇ ଓରଫ ତପନ(୨୩)କୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ଗତ ଏପ୍ରିଲ ୨୩ତାରିଖରେ ତପନ ଶ୍ରୀଲିଙ୍ଗରାଜ ଥାନା ଅଧୀନ ସାନେଟୋରିୟମ୍ ଛକରେ ଥିବା ସୁଧାକର ସାହାଣୀଙ୍କ ଦୋକାନକୁ ଆସି ଦାଦାବଟି ମାଗି ତାଙ୍କୁ କଟୁରିରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଧଉଳି ଥାନା ଅଧୀନ ଗଙ୍ଗୋତ୍ରୀ ନଗରର ସୁଧାକର ତାଙ୍କ ସାର ଦୋକାନରେ ସନ୍ଧ୍ୟା ଧୂପ ଦେଉଥିବା ବେଳେ ତପନ ଓ ତା’ର ଦୁଇ ସହଯୋଗୀ ଆସି ବଟି ମାଗିଥିଲେ। ବଟି ନଦେବାରୁ ତାଙ୍କୁ ଆକ୍ରମଣ କରିବା ସହ ଦୋକାନରୁ ୧୭ହଜାର ଟଙ୍କା ଓ ଏକ ସୁନା ଚେନ୍ ନେଇଯାଇଥିଲେ। ଏନେଇ ସୁଧାକର ଥାନାରେ ଅଭିଯୋଗ କରିଥିଲେ।
ଦୁର୍ଦାନ୍ତ ତପନ ଗିରଫ
/sambad/media/post_attachments/wp-content/uploads/2019/05/are.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)