ବାରଙ୍ଗ: ବିଶୃଙ୍ଖଳିତ ଆଚରଣ କରିବା ଜଣେ ସ୍ବତନ୍ତ୍ର ସୁରକ୍ଷା ବାହିନୀର ଯବାନଙ୍କ ପାଇଁ ମହଙ୍ଗା ପଡ଼ିଛି। ଚନ୍ଦକା ଥାନା ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଉଛନ୍ତି, ଚନ୍ଦକା ଥାନା ଅଧୀନ ଜାମୁଝରିଠାରେ ଥିବା ଏସ୍.ଏସ୍.ବିଏନ୍ କ୍ୟାମ୍ପର ଆନନ୍ଦ ପୃଷ୍ଟି। ଗତକାଲି ରାତିରେ ଯବାନଜଣଙ୍କ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏ ସଂପର୍କରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନସ ରଞ୍ଜନ ରାଉତ ଚନ୍ଦକା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଆନନ୍ଦଙ୍କୁ ଆଜି ଗିରଫ କରିଛି।
ମହଙ୍ଗା ପଡ଼ିଲା ବିଶୃଙ୍ଖଳିତ ଆଚରଣ ଜେଲ୍ ଗଲେ ଯବାନ
/sambad/media/post_attachments/wp-content/uploads/2019/05/jail-5.jpg)