ଧଉଳି: ଧଉଳି ଥାନା ଅଧୀନ ଶକ୍ତିନଗର ଅଞ୍ଚଳରେ ରହୁଥିବା ରବି ନାରାୟଣ ପ୍ରଧାନ ନାମକ ଜଣେ ସାମ୍ବାଦିକଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ୬୫ ହଜାର ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଯାଇଛି। ଏ ସଂପର୍କରେ ସେ ଆଜି ପୂର୍ବାହ୍ନରେ ଧଉଳି ଥାନାରେ ଲିଖିତ ଅଭିଯାଗ କରିଛନ୍ତି। ରବିନାରାୟଣଙ୍କ ଅଭିଯୋଗକୁ ଭିତ୍ତି କରି ଧଉଳି ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଅଧିକ ଅନୁସନ୍ଧାନ ଚଳାଇଛି ।
ପୁଲିସ ସୂଚନାନୁଯାୟୀ ଦୁର୍ଗାପୂଜା ପାଇଁ ରବିନାରାୟଣ ଗତ ଶୁକ୍ରବାର ପରିବାର ଲୋକଙ୍କ ସହିତ ନିଜ ଗାଁ ଭଦ୍ରକକୁ ଯାଇଥିଲେ। ସେମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୋରମାନେ ଗେଟ୍ ଓ ଘର ତାଲା ଭାଙ୍ଗି ଟଙ୍କା ସହିତ ସୁନାଗହଣା ଲୁଟି ନେଇଥିଲେ ବୋଲି ଅଭିଯୋଗ ହୋଇଛି ।
ସାମ୍ବାଦିକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଳୁଟ
/sambad/media/post_attachments/wp-content/uploads/2017/10/loot.jpg)