ବେଙ୍ଗାଲୁର: ସ୍ୱାମୀଙ୍କୁ ପୁରୁଷାର୍ଥ ନେଇ ଯୁବତୀ ଜଣକ ଅସନ୍ତୁଷ୍ଟ ଥିଲେ। ସ୍ୱାମୀ ପତ୍ନୀଙ୍କ ଦେହ କ୍ଷୁଧା ମେଣ୍ଟାଇବାରେ ଅସମର୍ଥ ହେବାରୁ ଶେଷରେ ପତ୍ନୀ ସ୍ୱାମୀଙ୍କୁ ଅଣ୍ଡକୋଷକୁ ଚିପିି ତାଙ୍କୁ ହତ୍ୟା କରିଛନ୍ତି। ଦିନେ ନୁହେଁ, ଘଟଣାର ୩ ମାସ ପରେ ପୁଲିସ ଏପରି ଏକ ଘଟଣାର ପର୍ଦାଫାସ କରିଛି। ଶବ ବ୍ୟବଛେଦ ରିପୋର୍ଟରେ ହତ୍ୟା ପ୍ରମାଣ ମିଳିବା ପରେ ପୁଲିସ ତଦନ୍ତ ଛଳରେ ମୃତ ଯୁବକଙ୍କ ପତ୍ନୀଙ୍କୁ ପଚରାଉଚରା କରିଥିଲା। ଆଉ ପଚରାଉଚରା ବେଳେ ସେ ତାଙ୍କ ସ୍ୱାମୀଙ୍କ ହତ୍ୟା କରିଥିବା ଯୁବତୀଜଣକ ସ୍ୱୀକାର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଫେବ୍ରୁଆରି ମାସ ୧୦ ତାରିଖରେ ଚିକ୍କାବଲ୍ଲାପୁରାର ୟାରାଲାହାଲି ଅଞ୍ଚଳର ସଞ୍ଚିଭାପ୍ପା ନାମକ ଜଣେ ୩୫ ବର୍ଷୀୟ ଯୁବକଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ସଞ୍ଚିଭାପ୍ପାଙ୍କ ପତ୍ନୀ ଗଙ୍ଗାରତ୍ନା ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହିତ ମଦ୍ୟପାନ ଯୋଗୁଁ ତାଙ୍କ ସ୍ୱାମୀ ପଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି ବୋଲି ପୁଲିସକୁ କହିଥିଲେ। ତେବେ ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଥିଲା। ଶବ ବ୍ୟବଛେଦ ରିପୋର୍ଟର ତାଙ୍କ ଅଣ୍ଡକୋଷରେ ଭୟଙ୍କର ଚାପ ପଡ଼ିଥିବା ଓ ସେ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିବା ସ୍ପଷ୍ଟ ହୋଇଥିଲା। ପରେ ପୁଲିସ ଗଙ୍ଗରତ୍ନାଙ୍କୁ ପଚରାଉଚରା କରିବାରୁ ସେ ପୁଲିସ ନିକଟରେ ସବୁ କଥା ସ୍ୱୀକାର କରିଥିଲେ। ଗଙ୍ଗରତ୍ନା ପୁଲିସକୁ କହିଥିଲେ ଯେ ତାଙ୍କ ସ୍ୱାମୀ ଜଣେ ନପୁଂସକ। ସେ ପ୍ରଜନନକ୍ଷମ ହୋଇ ନ ଥିବା ବେଳେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁ ନ ଥିଷଳ। ଏଥିପାଇଁ ସମାଜରେ ତାଙ୍କୁ ଅପନିନ୍ଦା ସହିବାକୁ ପଡ଼ୁଥିଲା। ତେଣୁ ଗତ ୧୦ ତାରିଖ ରାତିରେ ସଞ୍ଜିଭାପ୍ପା ମଦ ପିଇ ଘରକୁ ଫେରିବା ପରେ ସବୁଦିନ ପାଇଁ ତାଙ୍କୁ ବାଟରୁ ହଟାଇବା ପାଇଁ ଗଙ୍ଗାରତ୍ନା ନିଷ୍ପତ୍ତି ନେଇତିଲେ। ଏକ ତକିଆରେ ତାଙ୍କ ମୁହଁକୁ ଚାପି ଧରିବା ସହିତ ତାଙ୍କ ଅଣ୍ଡକୋଷକୁ ଖୁବ୍ ଯୋରରେ ଚାପିି ଦେଇଥିଲେ। ଫଳରେ ସଞ୍ଜିଭାପ୍ପାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପରେ ସେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ପୁଲିସ ନିକଟରେ ମିଛ କାହାଣୀ କହିଥିବା ସ୍ୱୀକାର କରିଛନ୍ତି।
ସ୍ୱାମୀ ନପୁଂସକ ବୋଲି ଜାଣିବା ପରେ...
/sambad/media/post_attachments/wp-content/uploads/2018/06/Murder_Graphic.jpg)