Daily Archives

September 11, 2020

ଚୀନ ସହ ଉତ୍ତେଜନା ଜାରି : ମୋଦୀଙ୍କୁ ଭେଟିଲେ ଏନଏସଏ ଡୋଭାଲ

ନୂଆଦିଲ୍ଲୀ : ସୀମାରେ ଭାରତୀୟ ସେନା ଚୀନ ସେନା ସହ ମୁହାଁମୁହିଁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ । ସୀମାର ସ୍ଥିତି ସମ୍ପର୍କରେ ସେ ମୋଦୀଙ୍କୁ ଅବଗତ କରିଛନ୍ତି । ବାରମ୍ବାର ଆଲୋଚନା ସତ୍ତ୍ୱେ ସୀମାରେ…
ଅଧିକ ଖବର ଦେଖନ୍ତୁ...

କଙ୍ଗନା ରଣାୱତ୍ ଯାତ୍ରା କରିଥିବା ବିମାନରେ ସାମ୍ବାଦିକମାନ‌େ ନିରାପତ୍ତା ଉଲ୍ଲଂଘନ କରିଥିବା ବିଷୟରେ ରିପୋର୍ଟ ଦାଖଲ…

ନୂଆଦିଲ୍ଲୀ: ସେପ୍ଟେମ୍ବର ୯ ତାରିଖ ଦିନ ଅଭିନେତ୍ରୀ କଙ୍ଗନା ରଣାୱତ୍ ଯାତ୍ରା କରିଥିବା ଚଣ୍ଡିଗଡ଼-ମୁମ୍ବାଇ ବିମାନରେ କେତେକ ସାମ୍ବାଦିକ ନିରାପତ୍ତା ଏବଂ ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରିଥିବା ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବାକୁ ‘ଡାଇରେକ୍ଟୋରେଟ୍ ଜେନେରାଲ୍‌ ଅଫ୍ ସିଭିଲ୍ ଏଭିଏସନ୍’…
ଅଧିକ ଖବର ଦେଖନ୍ତୁ...

ଦିନକରେ ସର୍ବାଧିକ ୪୦୬୧ କରୋନା ଆକ୍ରାନ୍ତ ସୁସ୍ଥ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୧୨ ହଜାର ୬୨କୁ ବୃଦ୍ଧି

ଭୁବନେଶ୍ୱର: କରୋନା ଭାଇରସ ମହାମାରୀ ନେଇ ରାଜ୍ୟବାସୀଙ୍କ ପାଇଁ ଆଜି ଭଲ ଖବର ଆସିଛି। କୋଭିଡ ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଆଜି ଗୋଟିଏ ଦିନରେ ସର୍ବାଧିକ ୪ ହଜାର ୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୧୨ ହଜାର ୬୨କୁ ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ଯୋଗାଣ ଓ ଉପଭୋକ୍ତା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ, ଉପଭୋକ୍ତା କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ହେବା ନେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋର କୌଣସି ଲକ୍ଷଣ ଦେଖାଯାଇନାହିଁ।…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶ : ଭଣ୍ଡାରିକୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେଲେ ମନ୍ତ୍ରୀ

ଖଣ୍ଡଓ୍ଵା : ମଧ୍ୟପ୍ରଦେଶରେ ଏକ ଅଜବ ଘଟଣା ଘଟିଛି । ଜଣେ ଭଣ୍ଡାରିର କଳାରେ ମୁଗଧ ହୋଇ ଜଣେ ମନ୍ତ୍ରୀ ତାକୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ଖଣ୍ଡଓ୍ଵା ଜିଲ୍ଲାର ଗୁଲାଇମାଲ ଅଞ୍ଚଳରେ ଏହି ଘଟଣା ଘଟିଛି । ନିଜର ଆର୍ଥିକ ଦୁରାବସ୍ଥା ଦୃଷ୍ଟିରୁ ରୋହିଦାସ ନାମକ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍ ସ୍କାମ୍: ପୂର୍ବତନ ସିଏଜି ଶଶୀକାନ୍ତ ଶର୍ମା ଓ ବାୟୁସେନାର ଚାରି ଅଧିକାରୀଙ୍କ ବିରୋଧରେ…

ନୂଆଦିଲ୍ଲୀ: ୩, ୭୨୭ କୋଟି ଟଙ୍କାର ‘ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍‌ ଚପ୍ପର୍‌’ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବତନ ପ୍ରତିରକ୍ଷା ସଚିବ ତଥା କମ୍ପ୍‌ଟ୍ରୋଲ୍‌ର୍‌  ଆଣ୍ଡ୍‌ ଅଡିଟର୍ ଜେନେରାଲ୍‌ ଅଫ୍ ଇଣ୍ଡିଆ ଶଶୀକାନ୍ତ ଶର୍ମ, ପୂର୍ବତନ ଏୟାର୍-ଭାଇସ୍‌ ମାର୍ସାଲ୍‌ ଜସ୍‌ବିର୍ ସିଂହ…
ଅଧିକ ଖବର ଦେଖନ୍ତୁ...

ସଫେଇ କର୍ମଚାରୀଙ୍କ କଲ୍ୟାଣ ପାଇଁ ‘ଗରିମା’ ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଫେଇ କର୍ମଚାରୀଙ୍କ କଲ୍ୟାଣ ପାଇଁ ‘ଗରିମା’ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ପ୍ରାଥମିକ ସ୍ତରରେ ୫୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହେବ। ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିସନ ଗଠନ କରାଯିବ। ରାଜ୍ୟ ନଗର ଉନ୍ନୟନ ଓ…
ଅଧିକ ଖବର ଦେଖନ୍ତୁ...

ମୁଡିସର ଆକଳନ : କରୋନା ମହାମାରୀ ଯୋଗୁଁ ଦୁର୍ବଳ ହୋଇଛି ଭାରତୀୟ ଅର୍ଥନୀତି, ଅଭିବୃଦ୍ଧି ୧୧.୫ % କମିବ

ନୂଆଦିଲ୍ଲୀ : କରୋନା ମହାମାରୀ ଓ ଲକଡାଉନ ଭାରତୀୟ ଅର୍ଥନୀତି ଉପରେ ଏକ ଗଭୀର କ୍ଷତ ସୃଷ୍ଟି କରିଛି । ଏହା ଫଳରେ ଭାରତୀୟ ଅର୍ଥନୀତି ନିଜ ଇତିହାସର ଏକ ସବୁଠାରୁ ବଡ଼ ମାନ୍ଦାବସ୍ଥାର ସମ୍ମୁଖୀନ ହେବାକୁ ଯାଉଛି । ବିଭିନ୍ନ ଅନ୍ତର୍ଜାତୀୟ କ୍ରେଡିଟ ରେଟିଂ ଏଜେନ୍ସିଂ ଭାରତୀୟ ଅର୍ଥନୀତିର…
ଅଧିକ ଖବର ଦେଖନ୍ତୁ...

କଙ୍ଗନା ଘଟଣା ପରେ ସାଧୁ ଓ ବିଶ୍ବ ହିନ୍ଦୁ ପରି‌ଷଦ୍ କହିଲେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆଉ…

ନୂଆଦିଲ୍ଲୀ: କଙ୍ଗନା ରଣାୱତ୍‌ଙ୍କ ଘଟଣା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ଆଉ ଅଯୋଧ୍ୟାରେ ସ୍ବାଗତ କରାଯିବ ନାହିଁ ବୋଲି ଅଯୋଧ୍ୟାର ସାଧୁସନ୍ଥ ଓ ବିଶ୍ବ ହିନ୍ଦୁ ପରିଷଦ୍ ଘୋଷଣା କରିଛନ୍ତି। ହନୁମାନ ଗଡ଼ି ମନ୍ଦିରର ପୁରୋହିତ ମହନ୍ତ ରାଜୁ…
ଅଧିକ ଖବର ଦେଖନ୍ତୁ...

କରୋନା ଗଲାଣି, ମମତା ବାନାର୍ଜୀ ମିଛରେ ଲକଡାଉନ କରୁଛନ୍ତି : ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷଙ୍କ ଅଜବ ବୟାନ

କୋଲକତା : ସାରା ଦେଶରେ ଆଜି ରେକର୍ଡ ୯୫ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ଏକ ଅଜବ ଅଭିଯୋଗ କରିଛନ୍ତି । ସେ ଦାବି କରିଛନ୍ତି ଯେ ପ୍ରକୃତରେ ପଶ୍ଚିମବଙ୍ଗରେ କରୋନା ଆଉ ନାହିଁ । କେବଳ ମିଛଟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…
ଅଧିକ ଖବର ଦେଖନ୍ତୁ...