Daily Archives

September 12, 2020

ଶିବସେନା କର୍ମୀ ଆକ୍ରମଣ କରିଥିବା ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଫୋନ କଲେ ରାଜନାଥ ସିଂ

ନୂଆଦିଲ୍ଲୀ : ଶିବସେନା କର୍ମୀଙ୍କ ଦ୍ୱାରା ଆକ୍ରମଣର ସମ୍ମୁଖୀନ ହୋଇଥିବା ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଫୋନ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପୂର୍ବତନ ସାମରିକ କର୍ମଚାରୀଙ୍କ ପ୍ରତିି ଏପରି ଆକ୍ରମଣ ଆଦୌ ଗ୍ରହଣୀୟ…
ଅଧିକ ଖବର ଦେଖନ୍ତୁ...

ପିଲା ଚୋରଣୀ ସନ୍ଦେହରେ ୭୦ ବର୍ଷୀୟ ବିହାରୀ ବୃଦ୍ଧାଙ୍କୁ ପିଟି ପିଟି ହତ୍ୟା

ପାଟନା: ଶନିବାର ଦିନ ବିହାରର ନୱଦା ଏବଂ ଗୟା ଜିଲ୍ଲା ସୀମାନ୍ତରେ ପିଲା ଚୋରଣୀ ବୋଲି ‌ସନ୍ଦେହ କରି ଜ‌େଣେ ୭୦ ବର୍ଷୀୟ ବୃଦ୍ଧାଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତା ବୃଦ୍ଧାଜଣକ ହେଉଛନ୍ତି ନୱାଦା ଅଞ୍ଚଳର ସିର୍ଦାଲା ଥାନା ବାସିନ୍ଦା ଶାନ୍ତି ଦେବୀ। ଫତେପୁର ଥାନା ଅଞ୍ଚଳର ନାଗ୍‌ୱା…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ କରୋନା: ଆଜି ୪୮୦ ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୬୪୨ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୪୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ସରକାରୀ ସଂଗରୋଧରୁ ୧୮୨ ଜଣ ଥିବା ବେଳେ ଅନ୍ୟ ୨୯୮ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।…
ଅଧିକ ଖବର ଦେଖନ୍ତୁ...

୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ବ୍ରହ୍ମପୁରରେ ରୋଡ ଓଭର ବ୍ରିଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବ୍ରହ୍ମପୁରରେ ରେଲୱେ ଓଭର ବ୍ରିଜ (ଫ୍ଲାଏଓଭର ବ୍ରିଜ) ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଦକ୍ଷିଣ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବାଣିଜ୍ୟିକ ହବ ଭାବରେ…
ଅଧିକ ଖବର ଦେଖନ୍ତୁ...

କଙ୍ଗନାଙ୍କ ପିତାଙ୍କ ଅନୁରୋଧ କ୍ରମେ ସୁରକ୍ଷା ଦିଆଯାଇଛି : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ 

ନୂଆଦିଲ୍ଲୀ :  ବିବାଦୀୟ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ପିତାଙ୍କ ଅନୁରୋଧ କ୍ରମେ ତାଙ୍କୁ ଓ୍ଵାଇ-କ୍ୟାଟେଗୋରୀ ସୁରକ୍ଷା ଦିଆଯାଇଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କଙ୍ଗନାଙ୍କ ପ୍ରତି ବିପଦ ଆଶଙ୍କା ଦର୍ଶାଇ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କଙ୍ଗନା ବିବାଦ ପରେ ଇଣ୍ଡିଗୋ ସମେତ ଅନ୍ୟ ଏୟାର୍‌ଲାଇନ୍‌ମାନଙ୍କୁ ‘ଡିଜିସିଏ’ ଚେତାବନୀ: ଦୁଇ ସପ୍ତାହ ଲାଗି ବିମାନ…

ନୂଆଦିଲ୍ଲୀ: କଙ୍ଗନା ରଣାୱତ୍‌ ଯାତ୍ରା କରିଥିବା ଚଣ୍ଡିଗଡ଼-ମୁମ୍ବାଇ ବିମାନରେ ହୋଇଥିବା ନିୟମ ଉଲ୍ଲଂଘନ ପ୍ରସଙ୍ଗ ଉଲ୍ଲେଖ କରି ଇଣ୍ଡିଗୋ ସିଇଓ ଉଲ୍‌ଫ୍‌ଗ୍ୟାଙ୍ଗ୍ ପ୍ରୋକ୍-ସାଉର୍‌ଙ୍କୁ ‘ଡାଇରେକ୍ଟୋରେଟ୍‌ ଜେନେରାଲ୍ ଅଫ୍ ସିଭିଲ୍‌ ଏଭିଏସନ୍’ (ଡିଜିସିଏ) କଡ଼ା ଶବ୍ଦ ପ୍ରୟୋଗ କରି ଚିଠି…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ରଙ୍କ ପତ୍ନୀ ବିୟୋଗ

ଭୁବନେଶ୍ୱର: ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ରମାକାନ୍ତ ମିଶ୍ରଙ୍କ ପତ୍ନୀ ସତ୍ୟଭାମା ମିଶ୍ରଙ୍କର ଗତ ସେପ୍ଟେଟର ୮ ତାରିଖ, ମଙ୍ଗଳବାର ଦିନ ପରଲୋକ ହୋଇଯାଇଛି। ତାଙ୍କ ସ୍ୱାମୀ, ଦୁଇ ପୁଅ ଏବଂ ଗୋଟିଏ ଝିିଅ ଅଛନ୍ତି। ଜଣେ ସମାଜସେବୀ ଭାବେ ସ୍ୱର୍ଗତା…
ଅଧିକ ଖବର ଦେଖନ୍ତୁ...

ଜଣେ ଗ୍ରାହକ ସମେତ ୮ ଲୁଟେରା ଗିରଫ, ରାଜଧାନୀରୁ ଲୁଟ କରୁଥିଲେ ବାଇକ ଓ ସୁନାଚେନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ବିଭିନ୍ନ ଅଂଚଳରୁ ବାଇକ ଓ ସୁନାଚେନ ଲୁଟ କରୁଥିବା ଏକ ବଡ଼ଧରଣର ଲୁଟେରା ଗ୍ୟାଙ୍ଗକୁ ଧରିବାରେ କମିସନରେଟ ପୁଲିସ ସଫଳ ହୋଇଛି । ଲୁଟ ଘଟଣାରେ ପୁଲିସ ଜଣେ ଗ୍ରାହକଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ଯୋଗୁଁ ଭାରତୀୟଙ୍କ ମଧ୍ୟରେ ମାନସିକ ଅସୁସ୍ଥତା ମାମଲା ୨୦% ବୃଦ୍ଧି ପାଇଛି : ସର୍ଭେ

ନୂଆଦିଲ୍ଲୀ : କରୋନା ମହାମାରୀ ସମଗ୍ର ମାନବ ସମାଜ ପାଇଁ ଏକ ବଡ଼ ସଂକଟ ଭାବେ ଦେଖାଦେଇଛି । ଏହି ମହାମାରୀ କେବଳ ଲୋକମାନଙ୍କୁ ସ୍ୱାସ୍ଥ୍ୟଗତ ଭାବେ ଆକ୍ରାନ୍ତ କରୁନାହିଁ, ବରଂ ମଣିଷର ମାନସିକ, ସାମାଜିକ, ଅର୍ଥନୈତିକ ସ୍ଥିତିକୁ ଏହା ଦୋହଲାଇଦେଇଛି । ଏହି ମହାମାରୀ ଓ ଲକଡାଉନ ଯୋଗୁଁ ଲୋକମାନଙ୍କ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଭେଟିବାକୁ ପର୍ବତ ଉପରେ ୧୧ ଘଣ୍ଟା ଚାଲି ଚାଲି ୨୪ କିଲୋମିଟର ଯାତ୍ରା କଲେ ଅରୁଣାଚଳ…

ଇଟାନଗର: ସମ୍ପ୍ରତି ନିଜ ନିର୍ବାଚନ ମଣ୍ଡଳୀ ମୁକ୍ତୋ ଗସ୍ତରେ ଥିବା ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ତାୱାଙ୍ଗ୍‌ ଜିଲ୍ଲା ଅନ୍ତର୍ଗତ ଏକ ସୁଦୂର ଗ୍ରାମରେ ବସବାସ କରୁଥିବା ଜନସାଧାରଣଙ୍କୁ ଭେଟିବାକୁ ଦୀର୍ଘ ୧୧ ଘଣ୍ଟା କାଳ ପର୍ବତ ଉପରେ ଚାଲି ଚାଲି ୨୪ କିଲୋମିଟର୍ ଅତିକ୍ରମ…
ଅଧିକ ଖବର ଦେଖନ୍ତୁ...