Daily Archives

October 7, 2020

ଦେଶରେ ଚାଲିଛି ୨୪ ଜାଲ୍ ବିଶ୍ୱବିଦ୍ୟାଳୟ, ଓଡ଼ିଶାରେ ଅଛି ୨ଟି

ନୂଆଦିଲ୍ଲୀ/ଭୁବନେଶ୍ୱର: ସମଗ୍ର ଦେଶରେ ସରକାରଙ୍କୁ ଭୂଆଁ ବୁଲାଇ ୨୪ଟି ‘ଆତ୍ମଘୋଷିତ’ ଓ ‘ଅଣସ୍ୱୀକୃତ’ ବିଶ୍ୱବିଦ୍ୟାଳୟ ସେମାନଙ୍କର ବ୍ୟବସାୟ ଚଲାଇଥିବା ଆଜି ୟୁନିଭର୍ସିଟି ଗ୍ରାଣ୍ଟ କମିସନ (ୟୁଜିସି) ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି। ଏଥିସହ ଏହି ସମସ୍ତ ‘ଆତ୍ମଘୋଷିତ’ ଓ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶରେ ଦଙ୍ଗା ପାଇଁ ଆସିଥିଲା ୧୦୦ କୋଟି ଟଙ୍କା!

ଲଖନଉ: ଉତ୍ତରପ୍ରଦେଶରେ ଦଙ୍ଗା ସୃଷ୍ଟି କରିବାକୁ ପ୍ରସ୍ତୁତ ହୋଇଥିଲା ଯୋଜନା | ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ଏହି ଦିଗରେ ତଦନ୍ତ ଆରମ୍ଭ କରିଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶରେ ଦଙ୍ଗା ସୃଷ୍ଟି କରିବା ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଥିଲା |…
ଅଧିକ ଖବର ଦେଖନ୍ତୁ...

ବିହାରରେ ପୂର୍ବତନ ଡିଜିପି ଗୁପ୍ତେଶ୍ୱରଙ୍କ ବିରୋଧରେ ପ୍ରାର୍ଥୀ ଦେବ ଶିବସେନା

ପାଟନା: ମହାରାଷ୍ଟ୍ରର ଶାସକ ଦଳ ଶିବସେନା ଆସନ୍ତା ବିହାର ବିଧାନସଭା ନିର୍ବାଚନ ୨୦୨୦ ରେ ବିହାରର ପୂର୍ବତନ ପୁଲିସ ମୁଖ୍ୟ ଗୁପ୍ତେଶ୍ୱର ପାଣ୍ଡେ ବିପକ୍ଷରେ ପ୍ରାର୍ଥୀ ଦେବାକୁ ଘୋଷଣା କରାଯାଇଛି | ସୂଚନା ଥାଉ କି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ପାଣ୍ଡେ ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ରାହୁଲ ତ୍ରିପାଠୀଙ୍କ ଅର୍ଦ୍ଧଶତକ, ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ଦେଲା…

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୦ର ଏକବିଂଶ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ୍ ବିରୋଧରେ କୋଲକାତା ନାଇଟ୍‌ ରାଇଡର୍ସର ଓପନର ରାହୁଲ ତ୍ରିପାଠୀ ଧୂଆଁଧାର ବ୍ୟାଟିଂ କରି କ୍ରୀଡ଼ାପ୍ରେମୀଙ୍କ ମନ ଜିଣିଛନ୍ତି।  ସ୍ଥାନୀୟ ଶେଖ ଜୟେଦ୍‌ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଉଥିବା ଏହି…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଘର ଅଗଣାରେ ଦେଖିବାକୁ ମିଳିଛି ୮ଟି ନୀଳ ଆଖି ଥିବା ବୁଢ଼ିଆଣୀ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ଘର ଅଗଣାରେ ଏକ ନୂତନ ପ୍ରଜାତିର ବୁଢ଼ିଆଣୀ ବୁଲୁଥିବା ଦେଖିବାକୁ ମିଳିଛି। ପ୍ରକାଶିତ ରିପୋର୍ଟ ମୁ୍ତାବକ, ଅମାଣ୍ଡା ଡି ଜର୍ଜ ୧୮ ମାସ ପୂର୍ବରୁ ପ୍ରଥମେ ଆଠ ଆଖି ବିଶିଷ୍ଟ ଏହି ବୁଢ଼ିଆଣୀକୁ ଦେଖିଥିବା ବେଳେ ପୁଣି ତାଙ୍କ ନଜର ଏହି ବୁଢ଼ିଆଣୀ ଉପରେ…
ଅଧିକ ଖବର ଦେଖନ୍ତୁ...

ପ୍ରସନ୍ନ କୁମାର ପାଢୀ ହେଲେ ନୂଆ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଅଫ୍ ଇଣ୍ଡିଆ

କଟକ: ଆଇନଜୀବୀ ପ୍ରସନ୍ନ କୁମାର ପାଢୀଙ୍କୁ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଅଫ୍ ଇଣ୍ଡିଆ (ଏଏସ୍‌ଜି) ଭାବେ ନିଯୁକ୍ତି ମିଳିଛି। ଓଡ଼ିଶା ହାଇକୋର୍ଟ ପାଇଁ ଏଏସଜି ଭାବେ ଶ୍ରୀ ପାଢୀଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟ ସହିତ…
ଅଧିକ ଖବର ଦେଖନ୍ତୁ...

ଅଦାଲତକୁ ‘ଜୁଆ ଆଡ୍ଡା’ କହିଥିବା ଓକିଲଙ୍କୁ ଅଦାଲତ ଶେଷ ହେବା ପର୍ଯ୍ୟନ୍ତ ବସି ରହିବା ଲାଗି ଦଣ୍ଡାଦେଶ

ଅହମଦାବାଦ: ଅଦାଲତକୁ ‘ଜୁଆ ଆଡ୍ଡା’ କହିଥିବା ଆଡ୍‌ଭୋକେଟ୍‌ ଯତୀନ ଓଜାଙ୍କୁ ବୁଧବାର ଦିନ ଗୁଜରାଟ ହୋଇକୋର୍ଟ ଅଦାଲତ ଶେଷ ହେବା ପର୍ଯ୍ୟନ୍ତ ବସାଇ ରଖିବା ଲାଗି ଦଣ୍ଡାଦେଶ ଦେବା ସହ ୨,୦୦୦ ଟଙ୍କା ଜରିମାନା କରିଛନ୍ତି। ଅଦାଲତ ଅବମାନନା ଆଇନର ଧାରା ୧୯ ଅନୁସାରେ, ଓଜା ଦଣ୍ଡାଦେଶ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସିବିଆଇ ନିର୍ଦେଶକ ତଥା ନାଗାଲାଣ୍ଡ୍‌ର ପୂର୍ବତନ ରାଜ୍ୟପାଳ ଅଶ୍ବିନୀ କୁମାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମଲା : ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ମୁଖ୍ୟ ଅଶ୍ବିନୀ କୁମାରଙ୍କୁ  ସିମଲାସ୍ଥିତ ତାଙ୍କ ବାସଭବନରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଠାବ ହେବା ପରେ ଘଟଣାସ୍ଥଳରେ ପୁଲିସ ଏବଂ…
ଅଧିକ ଖବର ଦେଖନ୍ତୁ...

ଆଜି କଟକ ସହରରୁ ମୋଟ ୮୭ ଜଣ କରୋନା ପଜିଟିଭ ଚିହ୍ନଟ

କଟକ: ଆଜି କଟକ ସହରରୁ ମୋଟ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ଇନଷ୍ଟିଚ୍ୟୁସନାଲ ସଂଗରୋଧରୁ ୩୭ ଜଣ ଓ ସ୍ଥାନୀୟ ଅଂଚଳରୁ ୩୦ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଆଜି ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଘରେ ସଂଗରୋଧରେ…
ଅଧିକ ଖବର ଦେଖନ୍ତୁ...

ଭଂଜନଗରରେ ସ୍କୁଟିରୁ ଉଦ୍ଧାର ହେଲା ବିଷଧର ସାପ

ଭଂଜନଗର: ଗାଡି ଧରି ବାହାରକୁ ଯାଉଛନ୍ତି କି? ସାବଧାନ! ଗାଡ଼ି ଭିତରେ ଥାଇପାରେ ବିଷଧର ସାପ। ବର୍ତ୍ତମାନ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇ ଯାଇଥିବା ବେଳେ ବିଷଧର ସର୍ପ ବିଭିନ୍ନ ଜନଗହଳି ସ୍ଥାନରେ ବୁଲୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଂଜନଗର ଉପଖଣ୍ଡ…
ଅଧିକ ଖବର ଦେଖନ୍ତୁ...